Cricket

ଆସେସ ଟେଷ୍ଟ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ

(ଓଡିଶା ସ୍ପୋର୍ଟ): ଆସେସ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡର ୧୪ ଜଣିଆ ଦଳ ଘୋଷଣା ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ସହିତ ପ୍ରଥମ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଇଂଲଣ୍ଡ ଟେଷ୍ଟ ଦଳରେ ବେନ୍ ଷ୍ଟୋକ୍ସ, ଜସ୍ ବଟଲର ଓ ଜେମ୍ସ ଆଣ୍ଡରସନଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି ।

ଷ୍ଟୋକ୍ସ ଓ ବଟଲରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଣ୍ଡରସନ୍ ଆହତ ଥିଲେ । ତେବେ ଆସେସ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜୋଫ୍ରା ଆର୍ଚର ।

ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ : ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ(ଉପ ଅଧିନାୟକ), ଜସ୍ ବଟଲର, ଜେସନ୍ ରଏ, ମୋଇନ୍ ଅଲୀ, ରୋରୀ ବର୍ନ୍ସ, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍, ସାମ୍ କରନ୍, ଓଲୀ ଷ୍ଟୋନ୍, କ୍ରିସ୍ ଓକ୍ସ, ଜୋ ଡେନଲୀ, ଜୋଫ୍ରା ଆର୍ଚର ଏବଂ ଜନି ବେୟାରଷ୍ଟୋ ।

Related posts

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau

ପ୍ରଥମଥର ପାଇଁ ମୈଦାନାକୁ ଓହ୍ଲାଇଥିବା ଭାରତୀୟ ଖେଳାଳି ରବି ବିଷ୍ଣୋଇ ଦେଖାଇଲେ କମାଲ

୨୨୦ ନ୍ୟୁଜିଲାଣ୍ଡ ପାଇଁ ବିଜୟର ଲକ୍ଷ୍ୟ

Odisha Sports Bureau