Football

୨୦୨୦ ଫିଫା ୱାର୍ଲଡ କପ: ଓଡିଶାରୁ ମଞ୍ଜୁ

(ଓଡିଶା ସ୍ପୋର୍ଟସ୍): ଖୁବଶୀଘ୍ର ୨୦୨୦ ଫିଫା ମହିଳା ଅଣ୍ଡ୍ରର ୧୭ ବିଶ୍ୱକପ ଆୟୋଜନ ହେବ । ଏଥିପାଇଁ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ଗୋଆରେ ଦ୍ୱିତୀୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ବିଶ୍ୱକପ ଆରମ୍ଭ ପୂର୍ବରୁ ଗୋଆରେ ଏକ ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଜୁଲାଇ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର୧ ପର୍ୟ୍ୟନ୍ତ ଚାଲିବ । ଏହି ଅଭ୍ୟାସ ମ୍ୟାଚ ପାଇଁ ଜାତୀୟ ସ୍ତରରୁ ୩୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି।

ଏହି ୩୪ ଜଣ ଖେଳାଳିଙ୍କ ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ କ୍ରିଡା ହଷ୍ଟେଲର ଅନ୍ତେବାସୀ ମଞ୍ଜୁ ଗଞ୍ଜୁ ମନୋନୀତ ହୋଇଛନ୍ତି । ଯାହା ଫଳରେ ସମସ୍ତ ଛାତ୍ରୀ ଓ ଦଳର ପ୍ରଶିକ୍ଷକଙ୍କ ମଧ୍ୟରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ଦଳର ପ୍ରଶିକ୍ଷକ ମମତା କୁମାରୀ ସାମନ୍ତ ନିଜର ଖୁସି ପରିପ୍ରକାଶ କରିବା ସହ ମଞ୍ଜୁଙ୍କ ସଫଳତା ପାଇଁ ଗର୍ବିତ ବୋଲି କହିଛନ୍ତି ।

ଆଗାମୀ ଭବିଷ୍ୟତରେ ସେ ଜାତୀୟ ଓ ଆନ୍ତଜାର୍ତାୟ ସ୍ତରରେ ସୁନାମ ଅର୍ଜନ କରି ଦେଶ ପାଇଁ ଗୌରବ ଆଣିବେ । ମଞ୍ଜୁ ହେଉଛନ୍ତି ଓଡିଶାର ଏକମାତ୍ର ଫୁଟବଲ ଖେଳାଳି, ଯେ ଏହି ବୃହତ ଆୟୋଜନ ପାଇଁ ମନୋନୀତ ହୋଇଛନ୍ତି ।

୨୦୨୦ ସେପ୍ଟେମ୍ବର ୨୧ରେ ଭାରତରେ ଫିଫା ଓମେନ ଅଣ୍ଡର ୧୭ ୱାର୍ଲଡ କପ ଅନୁଷ୍ଠିତ ହେବ । ଗତ ୨୦୧୭ରେ ଭାରତ ଅଣ୍ଡର ୧୭ ମେନ୍ସ ୱାର୍ଡ କପର ଆୟୋଜନ କରିଥିଲା । ଭାରତର ବିଭିନ୍ନ ସ୍ଥାନରେ ଏହାର ଆୟୋଜନ ହେବାକୁ ଥିବା ବେଳେ ଭୁବନେଶ୍ୱର ମଧ୍ୟ ଏହି ଦୌଡରେ ରହିଛି ।

Related posts

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ

ସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲା

Odisha Sports Bureau

ମୋହନ ବାଗାନଠୁ ୪-୦ରେ ହାରିଲା ଓଡ଼ିଶା ଏଫ୍‌ସି

Odisha Sports Bureau

Leave a Comment