Cricket

ଭାରତୀୟ ଦଳକୁ କଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ

(ଓଡିଶାସ୍ପୋର୍ଟସ୍): ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୮ରୁ ଦିନିକିଆ ସିରିଜ ଆରମ୍ଭ ହେଉଥିବା ବେଳେ ୨୨ ଅଗଷ୍ଟରେ ପ୍ରଥମ ଟେଷ୍ଟ ଓ ୩୦ ଅଗଷ୍ଟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ମ୍ୟାଚରେ ବିରାଟ ବାହିନୀଙ୍କୁ କଡ୍ଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ ବୋଲି ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭିଆନ ରିଚାର୍ଡ୍ସ ଆଶା ବ୍ୟକ୍ତ କରିଛନ୍ତି । ଭାରତ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ । ଏହି ଗସ୍ତର ଆରମ୍ଭ ଆମେରିକାରୁ ହେବ । ଆମେରିକାରେ ପ୍ରଥମେ ଦୁଇଟି ଟି-୨୦ ମ୍ୟାଚ ଖେଳାଯିବ ଏବଂ ପରେ ୱେଷ୍ଟଇଣ୍ଡିଜରେ ଘରୋଇ ଦଳକୁ ଟକ୍କର ଦେବ ଟିମ୍ ଇଣ୍ଡିଆ ।
ଏହି ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ଆଇସିସି ଟେଷ୍ଟ ଚାମ୍ପିୟନସିପ ଅଧିନରେ ଖେଳାଯିବ । ମ୍ୟାଚର ସିଧାପ୍ରସାରଣ ଦାୟିତ୍ୱ ହାସଲ କରିଥିବା ସୋନୀ ପିକ୍ଚର୍ସର ମିଡିଆ ବିଜ୍ଞପ୍ତିରେ ରିଚାର୍ଡ୍ସ କହିଛନ୍ତି, ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସର୍ବଦା ରୋମାଞ୍ଚକର ମୁକାବିଲା ଦେଖିବା ପାଇଁ ମିଳିଛି, ଏବଂ ଏଥର ମଧ୍ୟ ଏହାଠାରୁ କମ୍ ଆଶା କରାଯାଇ ନପାରେ । ୱେଷ୍ଟଇଣ୍ଡିଜ ଦଳର ବର୍ତ୍ତମାନ ଫର୍ମକୁ ଦେଖି ମୋତେ ଲାଗୁଛି ଯେ ସେମାନେ ଭାରତୀୟ ଦଳକୁ କଡା ଟକ୍କର ଦେବେ ।
ଏହି ଗସ୍ତରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ ।

Related posts

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଓପନର ଗୌତମ ଗମ୍ଭୀର

Odisha Sports Bureau

ମହାକାଳଙ୍କ ଭସ୍ମ ଆଳତୀରେ ସାମିଲ ହେଲେ ଭାରତୀୟ ମହିଳା ଦଳ

Odisha Sports Bureau

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

Odisha Sports Bureau