Cricket

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

(ଓଡ଼ିଶା ସ୍ପୋର୍ଟ): କିକ୍ରେଟ ଦୁନିଆରେ ଦାଦା ନାମରେ ପରିଚିତ ହେଉଛନ୍ତି ସୌରଭ ଗାଙ୍ଗୁଲି । ସେ ଆଗ ଧାଡ଼ିର ଜଣେ ଭଲ ବ୍ୟାଟ୍ସ ମ୍ୟାନ । ଏହି ବାମହାତୀ ବ୍ୟାଟ୍ସ ମ୍ୟାନଙ୍କ ନାମରେ ବିଅର । ଅଷ୍ଟ୍ରେଲିଆ ପକ୍ଷରୁ ଏହି ସମ୍ମାନ ମିଳିଛି ସୌରଭ ଗାଙ୍ଗୁଲିଙ୍କୁ । ଅଷ୍ଟ୍ରେଲିଆର ଏକ ବିୟର୍ ମେନ୍ୟୁରେ ‘ଫେରାଲ୍ ଗାଙ୍ଗୁଲି ମ୍ୟାଙ୍ଗୋ ଲସି’ ନାମକ ବିୟର ଦେଖିବାକୁ ମିଳିଛି।
ଏହାକୁ ଜଣେ ଟ୍ଵିଟର୍ ବ୍ୟବହାରକାରୀ ତାଙ୍କ ଟ୍ଵିଟର୍ରେ ଟ୍ଵିଟ୍ କରି ଲେଖିଛନ୍ତି, ‘ମୁଁ ସବୁବେଳେ ଭାବୁଥିଲି ଅଷ୍ଟ୍ରେଲିଆର ଲୋକେ ଗାଙ୍ଗୁଲିଙ୍କୁ ସେତେଟା ପସନ୍ଦ କରନ୍ତି ନାହିଁ। ମାତ୍ର ଏବେ ଦେଖୁଛି ଯେ ଗାଙ୍ଗୁଲିଙ୍କ ନାମ ଅନୁସାରେ ଏକ ବିୟର୍ ନାମକରଣ କରି ସେମାନେ ଓଲଟା ଗାଙ୍ଗୁଲିଙ୍କୁ ଏକ ବଡ଼ ସମ୍ମାନ ଦେଇଛନ୍ତି।’ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ ନିକଟରେ ନିଯୁକ୍ତି ପାଇଛନ୍ତି।

Related posts

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ସୃଷ୍ଟି କଲେ ସ୍ପିନର

Odisha Sports Bureau

ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ରୋହିତ ହେଲେ ଉପ-ଅଧିନାୟକ, ଉମେଶଙ୍କ ସ୍ଥାନରେ ନଟରାଜନ୍

Odisha Sports Bureau

ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟଙ୍କୁ ମିଳିଲା ବିଶେଷ ସମ୍ମାନ; ଏମବିଇ ପୁରସ୍କାର ରେ ବଢ଼ିଗଲା ସମ୍ମାନ