(ଓଡ଼ିଶା ସ୍ପୋର୍ଟସ ) : ଦୀର୍ଘ ୮ ବର୍ଷ ପରେ ପୁଣିଥରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି ୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ୨୦୧୧ ମସିହାରେ ୧-୦ରେ ସିରିଜ ଜିତିଥିଲା ଭାରତ । କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ଅଲରାଣ୍ଡର ପ୍ରଦର୍ଶନ ଓ ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ବର୍ଷା ବାଧାପ୍ରାନ୍ତ ଦ୍ୱିତୀୟ ମାଚକୁ ଡ଼ର୍କୱଥ ଲୁଇସ ନିୟମ ଅନୁସାରେ ୨୨ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ ।
ପ୍ରଥମ ୱିକେଟରେ ୬୭ ରନ୍ କରିଥିଲା ବିରାଟ ବାଦିନୀ । ପାଣ୍ଡ୍ୟ ଓ ଜାଡ଼େଜାଙ୍କ ଦ୍ରୁତ ଇନିଂସ ଯୋଗୁଁ ଭାରତୀୟ ସ୍କୋର ୫ ୱିକେଟ ବିନିମୟରେ ୧୬୭ ରେ ପହଞ୍ଚିଲେ । ତେବେ ନିର୍ଦ୍ଦାରିତ ଓଭରର ୨୭ ଟି ବଲ୍ ପୂର୍ବରୁ ବର୍ଷା ପାଇଁ ମ୍ୟାଚ ବନ୍ଦ ରହିଥିଲା । ମ୍ୟାଚ୍ ବନ୍ଦ ହେବା ବେଳକୁ ୱେଷ୍ଟଇଣ୍ଡିଜ ୯୮ ରନ୍ କରିଥିଲା । ତେବେ ଡ଼ିଏଲ ନିମୟ ଅନୁଯାୟୀ ୱେଷ୍ଟଇଣ୍ଡଜକୁ ୧୨୦ ରନ୍ ଆବଶ୍ୟକ ଥିବା ବେଳେ ୨୨ ରନ ପଛରେ ରହିଥିଲା କାରବିଆନ୍ ଟିମ୍ । ଆଉ ଏହା ସହ ଏହି ମ୍ୟାଚକୁ ବାଜି ମାରି ନେଇଥିଲା ବିରାଟ ବାହିନୀ ।
next post