Cricket

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

(ଓଡିଶାସ୍ପୋର୍ଟସ ): ଏବେ ସମସ୍ତ କ୍ରିକେଟରଙ୍କ ଡୋପିଂ ଟେଷ୍ଟ ନାଡା କରିବ। କାରଣ ଦୀର୍ଘ ଦିନ ପରେ କ୍ରିକେଟ୍ ବୋର୍ଡ ବିସିସିଆଇ ରାଷ୍ଟ୍ରୀୟ ଡୋପିଂ ନିରୋଧକ ସଂସ୍ଥା( ନାଡା) ଅଧିନକୁ ଆସିବା ନେଇ ସହମତି ପ୍ରଦାନ କରିଛି। ଆଜି କେନ୍ଦ୍ର ଖେଳ ସଚିବ ରାଧେଶ୍ୟାମ ଜୁଲାନିୟା ସୂଚନା ଦେଇଛନ୍ତି। ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ସହ ସାକ୍ଷାତ କରିବା ପରେ ଖେଳ ସଚିବ କହିଛନ୍ତି ଯେ, ନାଡାର ଡୋପିଂ ନିରୋଧକ ନୀତି ପାଳନ କରିବାକୁ ବୋର୍ଡ ଲିଖିତରେ ଆକାରରେ ସହମତି ପ୍ରଦାନ କରିଛି ।
ଖେଳ ସଚିବ ଜୁଲାନିଆ କହିଛନ୍ତି ଯେ ବିସିସିଆଇ ଆମ ସାମ୍ନାରେ ରଖିଥିବା ତିନୋଟି ମାମଲାରେ ଡୋପ୍ ଟେଷ୍ଟ କିଟର ଗୁଣବତ୍ତା, ପେଥାଲିଜିଷ୍ଟର ସାମର୍ଥ୍ୟ ଓ ନମୂନା ସଂଗ୍ରହ କରିବା ପ୍ରକ୍ରିୟା ସାମିଲ ଥିଲା। ଆମେ ବିସିସିଆଇକୁ ସମସ୍ତ ଆବଶ୍ୟକ ସୁବିଧା ଉପଲବ୍ଧ କରିବୁ ବୋଲି ସଚିବ କହିଛନ୍ତି। ମାତ୍ର ଏଥିରେ କିଛି ଶୁଳ୍କ ଲାଗିବ। କାରଣ ବିସିସିଆଇ ଅନ୍ୟଠୁ ଭିନ୍ନ ନୁହଁ।
ଏବେ ବିସିସିଆଇ ରାଷ୍ଟ୍ରୀୟ ଡୋପିଂ ନିରୋଧକ ସଂସ୍ଥା(ନାଡା) ଅନ୍ତର୍ଗତ ଆସିବ। ବିସିସିଆଇ ନାଡାର ସମସ୍ତ ନିୟମ ପାଳନ କରିବା ପାଇଁ ପ୍ରତିବଦ୍ଧ।

Related posts

ମ୍ୟାଚ ଆରମ୍ଭରୁ ପ୍ରଥମ ଓଭରରେ ଓ୍ଵିକେଟ୍‌ରେ ହରାଇଲା ଭାରତ

Odisha Sports Bureau

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ