Hockey

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

(ଓଡିଶାସ୍ପୋର୍ଟସ ): ଭାରତୀୟ ମହିଳା ହକି ଟିମ ପରେ ଏବେ ଭାରତୀୟ ପୁରୁଷ ହକି ଟିମ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିଜୟ ହାସଲ କରିଛି । ଅଲମ୍ପିକ କ୍ୱାଲିଫାୟର୍ସର ପ୍ରସ୍ତୁତି ପାଇଁ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଭାଗନେବା ଲାଗି ଜାପାନ ଯାଇଥିବା ଭାରତୀୟ ପୁରୁଷ ହକି ଟିମ୍ ମାଲେସିୟାକୁ ୬-୦ ରେ ହରାଇଛି ।
ଭାରତୀୟ ଟିମ୍ ପାଇଁ ୧୦୦ତମ ମ୍ୟାଚ୍ ଖେଳୁଥିବା ଗୁରସାହିବଜିତ୍ ସିଂହ ୧୮ ଏବଂ ୫୬ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ତାଙ୍କ ବ୍ୟତିତ ମନଦୀପ ସିଂହ ୩୪ ଏବଂ ୪୭ ମିନିଟ୍ ରେ ଦୁଇଟି ଗୋଲ କରିଥିଲେ । ସେହିପରି ବରୁଣ କୁମାର ଏବଂ ଏସବି ସୁନୀଲ ଗୋଟେ ଗୋଟେ ଗୋଲ କରିଥିଲେ ।
ଭାରତୀୟ ଦଳକୁ ମ୍ୟାଚ୍ ପାଇଁ ଦିଆଯାଇଥିବା ସମୟ ଭିତରେ ବରୁଣ ଏବଂ ଗୁରସାହିବଜିତ ଗୋଟେ ଗୋଟେ ଗୋଲରେ ଅଧା ସମୟ ମଧ୍ୟରେ ୨-୦ କରିନେଇଥିଲେ । ଏହାପରେ ଅନ୍ୟ ଅଧା ସମୟରେ ଭାରତ ତାର ସାନ୍ଦାର ପ୍ରଦର୍ଶନ ଜାରି ରଖିଥିଲା ଏବଂ ମାଲେସିୟା ଦଳକୁ ମାତ୍ ଦେଇଥିଲା ।

Related posts

ଜାତୀୟ ବାଳିକା ହକି ସେମିରେ ଓଡ଼ିଶା

Odisha Sports Bureau

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

Odisha Sports Bureau

Leave a Comment