Cricket

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଝଟକା

(ଓଡିଶାସ୍ପୋର୍ଟସ ): ଇଂଲଣ୍ଡ ସହିତ ଜାରି ଆସେସ୍ ସିରିଜ ମଧ୍ୟରେ ଅଷ୍ଟ୍ରେଲିଆକୁ ଲାଗିଛି ଜୋରଦାର ଝଟକା। ଇନଫର୍ମ ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ ଇଂଲଣ୍ଡ ବିପକ୍ଷ ଆସେସ୍ ସିରିଜର ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଦ୍ଵିତୀୟ ଟେଷ୍ଟର ପଞ୍ଚମ ଦିନରେ ଜୋଫ୍ରା ଆର୍ଚରଙ୍କ ବଲରେ ଆହତ ହୋଇଥିଲେ। ତାଙ୍କ ବେକରେ ଆର୍ଚରଙ୍କ ଦ୍ରୁତ ବାଉନ୍ସର ବାଜିବାରୁ ତାଙ୍କୁ ପଡିଆ ଛାଡ଼ିବାକୁ ପଡ଼ିଥିଲା। ପରେ ରିଟାୟର୍ଡ ହଟ୍ ହେବାକୁ ନିଷ୍ପତି ନେଇଥିଲେ।
ଏହା ପରେ ସେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ପାରିନଥିଲେ। ତାଙ୍କ ସ୍ଥାନରେ ମାର୍ନସ ଲାବୁସେନଙ୍କ ପୁନଃସ୍ଥାପନ ବ୍ୟାଟସମ୍ୟାନ ରୂପେ ସାମିଲ କରାଯାଇଥିଲ। । ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ଘଟିଥିଲା। ଉଲ୍ଲେଖଯୋଗ୍ୟ, ଉଭୟ ଦଳ ମଧ୍ୟରେ ଅଗଷ୍ଟ ୨୨ରେ ଲିଡ୍ସରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।

Related posts

ବିସିସିଆଇ ଉପରେ ବର୍ଷିଲେ ଇରଫାନ ପଠାନ; କହିଲେ ରବି ଅଶ୍ୱିନଙ୍କଠୁ ଭଲ ସ୍ପିନର କେହି ନାହାନ୍ତି

Odisha Sports Bureau

୫୧ ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର, ତାଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

Odisha Sports Bureau

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau