Cricket

କିଏ ହେବ ଏଲିମିନେଟ ??

ଶାରଜାହ: ଆଇପିଏଲର ୫୧ତମ ମ୍ୟାଚରେ ଆଜି ମଇଦାନରେ ଆମନା ସାମନା ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ । ପ୍ଲେ-ଅଫକୁ ଉନ୍ନୀତ ହେବା ପାଇଁ ଉଭୟ ଦଳ ନିକଟରେ ଖୁବ କମ ସୁଯୋଗ ରହିଥିବାରୁ ଏହି ମ୍ୟାଚ ଦୁହିଁଙ୍କ ପାଇଁ ଗୁରୁତ୍ୱପୂୂର୍ଣ୍ଣ ରହିବ । ଏହି ମ୍ୟାଚରେ କେବଳ ବିଜୟ ନୁହେଁ, ବରଂ ଏକ ବଡ ବ୍ୟବଧାନରେ ଏହି ମ୍ୟାଚକୁ ଜିତିଲେ ପ୍ଲେଅଫରେ ସ୍ଥାନ ପାଇବା ପାଇଁ ଆଶା ବଞ୍ଚାଇ ପାରିବେ ଉଭୟ ଦଳ । ବିଜୟର ୨ ପଏଣ୍ଟ ସହ ରନ ରେଟ ମଧ୍ୟ ବଢାଇବାକୁ ଉଦ୍ୟମ କରିବେ ଦୁଇ ଦଳ ।
୧୨ଟି ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୋୟଲ୍ସ । ତେବେ ଦଳର ନେଟ ରନ ରେଟ -୦.୩୩୭ ରହିଛି । ସେହିପରି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୧୨ଟି ମ୍ୟାଚରୁ ୧୦ ପଏଣ୍ଟ ହାସଲ କରି ରନ ରେଟ -୦.୪୫୩ ସହ ସପ୍ତମ ସ୍ଥାନରେ ପହଞ୍ଚିଛି । ତେଣୁ ଉଭୟ ଦଳ ପାଇଁ ଶେଷ ଦୁଇଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ରାଜସ୍ଥାନ ନିଜର ଶେଷ ଦୁଇଟି ମ୍ୟାଚ ମୁମ୍ବାଇ ଏବଂ କୋଲକାତା ବିପକ୍ଷରେ ଖେଳିବାକୁ ଥିବା ବେଳେ ମୁମ୍ବାଇ ରାଜସ୍ଥାନ ଏବଂ ବାଙ୍ଗାଲୋର ବିପକ୍ଷରେ ଖେଳିବ । ତେବେ ଆଜି ମ୍ୟାଚରେ ଯେଉଁ ଦଳ ପରାଜୟର ସମନା କରିବ ଦ୍ୱିତୀୟ ଦଳ ଭାବେ ଆଇପିଏଲର ପ୍ଲେଅଫରୁ ବାଦ ପଡିବ । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅପରେ ପହଞ୍ଚି ସାରିଛନ୍ତି ।

Related posts

BCCIକୁ ସ୍ପଷ୍ଟିକରଣ ମାଗିଲେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ !

Odisha Sports Bureau

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି

ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଦାର ବ୍ୟାଟିଂ

Odisha Sports Bureau