Cricket

ପୁଣି ଥରେ ଶ୍ରୀଧରନ ଭାରତୀୟ ଟିମର ଫିଲ୍ଡି କୋଚ

(ଓଡିଶାସ୍ପୋର୍ଟସ ): ପୁଣିଥରେ ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ଭାବେ ଶ୍ରୀଧରଙ୍କୁ ନିଯୁକ୍ତ କରାଯିବା ଏକ ପ୍ରକାର ନିଶ୍ଚିତ କୁହାଯାଉଛି। ଚୟନକମିଟି ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ଚୟନ କରିବ। କମିଟି ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଯଥା ଶ୍ରୀଧୀର, ଜଣ୍ଟି ରୋଡ୍ସ ଏବଂ ଅଭୟ ଶର୍ମାଙ୍କ ଇଣ୍ଟରଭ୍ୟୁ ନେଇଥିଲା। ଚୟନକମିଟି ମଧ୍ୟ ସବୁ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁରେ ଖୁବ୍ ପ୍ରଭାବିତ ହୋଇଥିଲା।
ଏହି ପଦବୀ ପାଇଁ ରୋଡ୍ସଙ୍କୁ ପ୍ରବଳ ଦାବିଦାର କୁହାଯାଉଛି, କାରଣ ସେ ନିଜେ ଜଣେ ଚମତ୍କାର ଫିଲ୍ଡର୍। ଏହା ସତ୍ତ୍ୱେ ଶ୍ରୀଧରଙ୍କ ପକ୍ଷ ମଜଭୁତ୍ ଲାଗୁଛି। କାରଣ ଗତ କିଛି ବର୍ଷ ହେବ ସେ ଟିମ୍ ସହ ଭଲ କାମ କରିଛନ୍ତି। ଏହି ଦୃଷ୍ଟିରୁ ତାଙ୍କୁ ପୁଣିଥରେ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି।

Related posts

ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

Odisha Sports Bureau

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau