Badminton

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

(ଓଡିଶାସ୍ପୋର୍ଟସ): ରବିବାର ସୁଇଜରଲ୍ୟାଣ୍ଡରେ ବିଶ୍ୱ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ବିଜୟିନୀ ହୋଇଥିବା ସିନ୍ଧୁ ଆଜି ସ୍ୱଦେଶ ଫେରି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସିନ୍ଧୁଙ୍କ କୋଚ ପୁଲେଲା ଗୋପିଚାନ୍ଦ ଏବଂ ମିସ କିମ ମଧ୍ୟ ସାଥୀରେ ଥିଲେ । ତେବେ ବିଦେଶ ଯାତ୍ରାରୁ ଫେରିଥିବା ପ୍ରଧାନମନ୍ତ୍ରୀ ତାଙ୍କୁ ମେଡାଲ ପିନ୍ଧାଇ ଶୁଭକାମନା ଜଣାଇଛନ୍ତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଏହି ସମୟରେ ମୋଦୀ ସିନ୍ଧୁଙ୍କୁ କହିଛନ୍ତି କି, ସିନ୍ଧୁ ଭାରତର ଗୌରବ । ଦେଶକୁ ସ୍ୱର୍ଣ୍ଣ ପଦକ ଦେଇ ସେ ସମ୍ମାନ ଆଣିଛନ୍ତି । ସିନ୍ଧୁଙ୍କ ସହ ସାକ୍ଷାତ କରି ମୁଁ ଖୁସୀ ଅନୁଭବ। ତାଙ୍କୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭକାମନା ସହ ଆଶୀର୍ବାଦ ରହିଛି ।

Related posts

ଭାରତ ଫେରିବା ପରେ ଛାତିଥରା କାହାଣୀ ବଖାଣିଲେ ପି.ଭି ସିନ୍ଧୁ…

୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌

ସ୍କାଟିସ ଓପନର ଟାଇଟଲ ନିଜ ନାମରେ କରିଛନ୍ତି ଲକ୍ଷ

Odisha Sports Bureau