Shooting

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

(ଓଡିଶାସ୍ପୋର୍ଟସ ): ପଶ୍ଚିମ ବଙ୍ଗଳାର ମେହୁଲ ଘୋଷ ମଙ୍ଗଳବାର ଦିନ ଏଠାରେ ରାଷ୍ଟ୍ରିୟ ସୁଟର ଟ୍ରାୟଲ୍ସରେ ମହିଳା ୧୦ ମିଟର ଏୟାର ରାଇଫଲ ବିଭାଗରେ ସିନିୟର ଏବଂ ଜୁନିୟର ଦୁଇ ବିଭାଗରେ ବିଜୟ ହାସଲ କରିଛନ୍ତି । ଡଃ. କର୍ଣ୍ଣି ସିଂ ସୁଟିଙ୍ଗ ରେଞ୍ଜରେ ଅନଡଦ୍ ଜ୍ୱାଡା ପୁରୁଷ ୨୫ ମଟର ରେପିଡ ଫାୟାର ପିସ୍ତଲ, ପାରୁଲ କୁମାର ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନର ଟ୍ରଫି ନିଜ ନାମରେ କରିଛନ୍ତି । ଦିନର ଷ୍ଟାର ମେହୁଲି ରହିଥିଲେ ଯେ କି ସିନିୟର ମହିଳା ୧୦ମିଟର ଏୟାର ରାଇଫଲରେ ୨୫୨ ଅଙ୍କ ସହିତ ମଧ୍ୟ ପ୍ରଦେଶର ଶ୍ରୀୟା ଅଗ୍ରୱାଲଙ୍କୁ ପଛରେ ପକାଇଥିଲେ, ଯେ କି ୨୫୧.୨ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଶ୍ୱର ନଂମ୍ବର ୧. ସ୍ଥାନରେ ଥିବା ରାଜସ୍ଥାନର ଅପୂର୍ବି ଚନ୍ଦେଲା ୨୨୯.୩ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଜୁନିୟର ବର୍ଭରେ ମେହୁଲି ୨୫୨.୨ ଅଙ୍କ ସହିତ ପଞ୍ଜାବର ରୌପ୍ୟ ପଦକ ବିଜେତା ଖୁସି ସୈନିଙ୍କୁ ପଛରେ ପକାଇଛନ୍ତି, ଯିଏ ୨୪୮.୮ ଅଙ୍କ ଯୋଡିଥିଲେ । ଏହି ଟୁର୍ଣ୍ଣମେଣ୍ଟରେ ପୁବା ବର୍ଗରେ ହିମାଚଳ ପ୍ରଦେଶ ଜିନା ଖିଟ୍ଟା ୨୫୨.୫ ଅଙ୍କ ସହିତ ଟ୍ରଫି ହାତେଇଛନ୍ତି ।
ପୁରୁଷ ୨୫ ମିଟର ରେପିଡ୍ ଫାୟାର ପିସ୍ତଲରେ ଅନହର ଫାଇନାଲରେ ୩୧ ଅଙ୍କ ସହିତ ଅଲମ୍ପିକ୍ ଏବଂ ସେନାର ସୁଟର ଗୁରୁପ୍ରିତଙ୍କୁ ପଛରେ ପକାଇଛନ୍ତି, ସେ ୨୬ ଅଙ୍କ ଯୋଡିଥିଲେ । ସୋମବାର ଦିନ କ୍ୱାଲିଫାଇ ରାଉଣ୍ଡରେ ର୍ଶୀେ ସ୍ଥାନରେ ରହିଥିଲେ କେରଳର ଥାମସ ଜାର୍ଜ, ସେ ୨୩ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଥିଲେ ।
ଜୁନିୟର ପୁରୁେ ବର୍ଗରେ ବିଜୟବିର ସିନ୍ଧୁ ୩୧ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ଭାରତର ଅନ୍ତଃରାଷ୍ଟ୍ରିୟ ସୁଟର ଏବଂ ବାୟୁ ସେନାର ପାରୁଲ ଫାଇନାଲସ୍ରେ ୪୫୮.୩ ଅଙ୍କ ସହିତ ପୁରୁଷ ଥ୍ରି ପୋଜିସନ ଟ୍ରଫି ଜିତିଛନ୍ତି ।
ସେନାର ସତ୍ୟେନ୍ଦ୍ର ସିଂ ୪୫୬.୫ ଅଙ୍କ ସହିତ ଦ୍ୱିତୀୟ, ଯେତେବେଳେ କି ସେନାର ଚୈନ ସିଂହ ୪୪୩.୧ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ମଧ୍ୟପ୍ରଦେଶର ଐାଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ପୁରୁଷ ଜୁନିୟର ଥ୍ରୀ ପୋଜିସନର ଟ୍ରଫି ୪୫୩. ଅଙ୍କ ସହିତ ବିଜୟ ହାସଲ କରିଛନ୍ତି ।

Related posts

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau