Cricket

ସେପ୍ଟେମ୍ବର ୨୪ରୁ ବିଜୟ ହଜାରେ ଟ୍ରଫି, ଓଡ଼ିଶା ଦଳ ଘୋଷିତ

(ଓଡିଶା ସ୍ପୋର୍ଟସ ): ବିଜୟ ହଜାରେ ଟ୍ରଫି ଏଲିଟ –ବି ଲିଗ ପାଇଁ ଓଡ଼ିଶା ସିନିୟର କିକ୍ରେଟ ଦଳ ଚୟନ କରାଯାଇଛି । ଚଳିତ ମାସ ୨୪ରୁ ଅକ୍ଟୋବର ୧୩ ତାରିଖ ପର୍ୟ୍ୟନ୍ତ ବରୋଦାରେ ଅନୁଷ୍ଠିତ ହେବ। ଓଡ଼ିଶା ୨୪ ତାରିଖରେ ତା’ର ପ୍ରଥମ ମ୍ୟାଚରେ ବରୋଦାକୁ ଏବଂ ୨୬ ତାରିଖରେ ଦ୍ୱିତୀୟ ମ୍ୟାଚରେ ହରିଆଣାକୁ ଭେଟିବ। ସୋମବାର ଦିନ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସିନିୟର ଚୟନ କମିଟି ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୫ଜଣିଆ ଦଳର ଘୋଷଣା କରିଛି। ଟିମର କ୍ୟାପଟେନ୍ ଭାବେ ଶୁଭ୍ରାଂଶୁ ସେନାପତିଙ୍କୁ ନିଯୁକ୍ତ କରାଯାଇଛି।
ତେବେ ଟିମରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ଅଭିଜ୍ଞ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କୁ ବାଦ୍ ଦିଆଯାଇଛି। ୱିକେଟକିପର ଭାବେ ସୁଜିତ୍ ଲେଙ୍କାଙ୍କ ଉପରେ ଚୟନକର୍ତ୍ତା ଭରସା ଦେଖାଇଛନ୍ତି। ଏହାଛଡ଼ା ୯ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ୨୧ ତାରିଖରେ ଓଡ଼ିଶା ଦଳ ବରୋଦା ଅଭିମୁଖେ ଗସ୍ତ କରିବ। ଏହି ୧୫ଜଣ ଖେଳାଳି ମଙ୍ଗଳବାର ସକାଳ ୧୦ଟା ସମୟରେ ଟିମ୍ କୋଚଙ୍କୁ ରିପୋର୍ଟ କରିବେ।
ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ସ୍ୱସ୍ତିକ୍ ସାମଲ୍, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ୟ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂହ, ସୁଜିତ୍ ଲେଙ୍କା (ୱିକେଟକିପର), ପପୁ ରୟ, ଦୀପକ ରଞ୍ଜନ ବେହେରା।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ୱୀ ଜୟସ୍ୱାଲ

Odisha Sports Bureau

ପୁଣି ଫେଲ ମାରିଲେ ଗିଲ୍ ଓ ସୂର୍ଯ୍ୟକୁମାର

Odisha Sports Bureau

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

Odisha Sports Bureau