Badminton

ପ୍ରମୋଦଙ୍କ ସ୍ୱର୍ଣ୍ଣିମ ଅଭିଯାନ

(ଓଡିଶା ସ୍ପୋର୍ଟସ):  ସଫଳତାର ଗୋଟିଏ ପରେ ଗୋଟିଏ ପାହାଡ଼ ଚଢି ଚାଲିଛନ୍ତି ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ । ଚାଇନାରେ ଚାଲିଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗଲ୍ସ ଏବଂ ପରେ ଡବଲ୍ସ ବିଭାଗରେ ଏହି ସଫଳତା ଆଣି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।
ଚାଇନାର ହାଙ୍ଗଝୁରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ଗେମରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ଅନ୍ୟତମ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। ଏଥିସହ ସେ ୨୦୨୦ ଟୋକିଓ ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛନ୍ତି। ଏହାସହ ଚଳିତବର୍ଷ ତାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

Related posts

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

Odisha Sports Bureau