Badminton

ପ୍ରମୋଦଙ୍କ ସ୍ୱର୍ଣ୍ଣିମ ଅଭିଯାନ

(ଓଡିଶା ସ୍ପୋର୍ଟସ):  ସଫଳତାର ଗୋଟିଏ ପରେ ଗୋଟିଏ ପାହାଡ଼ ଚଢି ଚାଲିଛନ୍ତି ଓଡ଼ିଶାର ଷ୍ଟାର୍ ଶଟଲର ପ୍ରମୋଦ ଭଗତ । ଚାଇନାରେ ଚାଲିଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗଲ୍ସ ଏବଂ ପରେ ଡବଲ୍ସ ବିଭାଗରେ ଏହି ସଫଳତା ଆଣି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି।
ଚାଇନାର ହାଙ୍ଗଝୁରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ଗେମରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ଅନ୍ୟତମ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। ଏଥିସହ ସେ ୨୦୨୦ ଟୋକିଓ ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛନ୍ତି। ଏହାସହ ଚଳିତବର୍ଷ ତାଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

Related posts

ଚୀନ ଓପନରୁ ବାହାର ହେଲେ ସାଇ ପ୍ରଣୀତ

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ମନୋଜ-ପ୍ରମୋଦଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ହଂକଂ ଓପନର ସେମିଫାଇନାଲରେ ଶ୍ରୀକାନ୍ତ

Odisha Sports Bureau