Swimming

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

(ଓଡିଶା ସ୍ପୋର୍ଟସ): କୁଶାଗ୍ର ରାୱତ ଏସିଆ ଏଜ୍ ଗ୍ରୁପ୍ ସୁଇମିଙ୍ଗ୍ ଚମ୍ପିଆନସିପ୍ ରେ ନିଜର ଭଲ ପ୍ରଦର୍ଶନ ଜାରି ରଖି ଶୁକ୍ରବାର ଦିନ ୪୦୦ ମିଟରରେ ସ୍ୱର୍ଣ୍ଣ ଜିତି ସ୍ୱର୍ଣ୍ଣିମ ଚୌକା ଲଗାଇଛନ୍ତି । ୧୦୦ ମିଟର ବ୍ରେକ୍ଷ୍ଟ୍ରୋକ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀହରି ନଟରାଜ ୫୫.୦୬ ସେକେଣ୍ଡ ସହିତ ନୁତନ ମିଟ ରେକର୍ଡ ସହିତ ଚମ୍ପିଆନ ହୋଇଛନ୍ତି । କୁଶାଗ୍ର ୩:୫୫.୮୧ ସେକେଣ୍ଡ ସହିତ ପ୍ରଥମ, ଚୀନ ତାଇପେର ଚାଙ୍ଗ୍ ଚେଙ୍ଗ୍ ଲି ୱେଇ ୩:୫୬.୮୨ ସେକେଣ୍ଡ ସହତି ଦ୍ୱିତୀୟ ସ୍ଥାନରେ ଏବଂ ସିରିଆର ଅବ୍ୱାସ ଉମର ୪:୦୧.୫୨ ସେକେଣ୍ଡ ସହିତ ତୃତୀୟ ସ୍ଥାନରେ ରହିଛି । ସାଜନ ପ୍ରକାଶ ୨୦୦ ମିଟର ବଟରଫ୍ଲାଇରେ ୨ମିନିଟ୍ ୦୦.୩୮ ସେକେଣ୍ଡ୍ ସହିତ ୟେଲୋ ମେଡଲ ଜିତିଛନ୍ତି । ଏହା ପୁର୍ବରୁ ନଟରାଜ୍ ପ୍ରକାଶ, ଲିକିଥ ଏଏସପି ଏବଂ ବିରଧବଲ ଖାଡେ ୪ଗୁଣା ୧୦୦ ମିଟର ମିଡଲେ ରିଲେରେ ୪୬.୪୯ ସେକେଣ୍ଡ ସମୟ ସହିତ ଗୋଲ୍ଡ ପଦକ ହାସଲ କରିଛନ୍ତି ।

Related posts

ଜାତୀୟ ସନ୍ତରଣ ପ୍ରତିଯୋଗିତା : କର୍ଣ୍ଣାଟକ ହେଲା ଚମ୍ପିୟାନ୍, ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ମନ୍ନତା

Odisha Sports Bureau

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

Odisha Sports Bureau

ଆତ୍ମବିଶ୍ୱାସ ଆଗରେ ସବୁ ଫେଲ

Odisha Sports Bureau