More Sports

ପାଟନାକୁ ୪୩-୩୯ରେ ପରାସ୍ତ କରି ଦିଲ୍ଲୀ ଶୀର୍ଷ ସ୍ଥାନକୁ ଉତୀର୍ଣ୍ଣ

(ଓଡିଶା ସ୍ପୋର୍ଟସ): ପ୍ରୋ କବାଡି ଲିଗ୍ ରେ ଦବଙ୍ଗ ଦିଲ୍ଲୀ ପାଟନା ପାଇରେର୍ଟସକୁ ୪୩-୩୯ରେ ପରାସ୍ତ କରି ପୁଣି ଥରେ ଶିର୍ଷ ସ୍ଥାନ ଅକ୍ତିଆର କରିଛି । ଦିଲ୍ଲୀର ୧୮ଟି ମ୍ୟାଚରୁ ୧୪ଟିରେ ବିଜୟ ହାସଲ କରି ୭୭ଅଙ୍କ ସଂଗ୍ରହ କରିଛି । ବଙ୍ଗଳା ୱାରିୟର୍ସ ୭୩ଅଙ୍କ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଗଲା । ଦିଲ୍ଲୀ ପାଇଁ ନବୀନ କୁମାର ଏବଂ ବିଜୟ ସୁପର ୧୦ କରିଛନ୍ତି । ପାଟନା ଟିମ୍ ଅଧିକାଂଶ ସମୟ ଚାପରେ ରହିଥିବା କାରଣରୁ ବିଜୟ ହାସଲ କରିପାରି ନଥିଲା । ପ୍ରଦୀପ ନାରୱାଲା ସୁପର ୧୦ ସହିତ ୧୯ ଅଙ୍କ ସଂଗ୍ରହ କରିଥିଲେ କିନ୍ତୁ ନିଜ ଟିମ୍ କୁ ପରାଜୟରୁ ବଞ୍ଚାଇପାରି ନ ଥିଲେ । ପାଟନାର ଏହା ୧୯ ମ୍ୟାଚ୍ ମଧ୍ୟରୁ ୧୨ତମ ପରାଜୟ ଅଟେ ଏବଂ ପ୍ଲେଅଫ୍ରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି । ସେ ୪୦ ଅଙ୍କ ସହିତ ୧୨ ଟିମ୍ରେ ୯ ସ୍ଥାନରେ ରହିଛି ।

Related posts

ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା

Odisha Sports Bureau

୨୦୧୯ ଇଣ୍ଡିଆ ଅଣ୍ଡର ୨୦ ଗାର୍ଲସ ଟିମ ଘୋଷିତ

Odisha Sports Bureau

ବିଶ୍ୱ ମଲ୍ଲଯୋଦ୍ଧା ଚମ୍ପିଆନସିପର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ବିନେଶ

Odisha Sports Bureau