More Sports

ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର

ଭୁବନେଶ୍ୱର: ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର । ଉତ୍ତରପ୍ରଦେଶରେ ଗ୍ରେଟର ନୋଏଡାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଆଣିଲେ ଓଡିଶାର ଜ୍ୟୋତ୍ସ୍ନା ସବର । ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯ କିଲୋଗ୍ରାମ ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଚନ୍ତି । ଗତ ମାର୍ଚ୍ଚ ମାସରେ ଜ୍ୟୋତ୍ସ୍ନା ବିଶ୍ବ ଯୁବ ଭାରୋତ୍ତୋଳନରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବାବେଳେ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରୁ ୩ ସ୍ବର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟର ଗୌରବ ବଢାଇଛନ୍ତି ।

Related posts

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

Odisha Sports Bureau

ଭାରତ ଜିତିଲା ରୋପ୍ୟ ପଦକ

Odisha Sports Bureau

ବିନା ହାତରେ ସ୍ନୁକର ଗେମ୍ ଜିତି ଉତ୍ସାହ ଦେଖାଇଲେ ଇକ୍ରାମ

Odisha Sports Bureau