Cricket

ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌

ମୁମ୍ବାଇ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ବିଶ୍ୱକପ୍‌ ପୂର୍ବରୁ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଫୋକସ୍‌, ବର୍ଷା ହେଲେ କଭର ହେବ ପୁରା ଷ୍ଟାଡିୟମ୍‌ | ଇତିମଧ୍ୟରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ କ୍ରୀଡାସୂଚୀ ଜାରି କରାଯାଇଛି । ଅକ୍ଟୋବର ୫ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ତେବେ ବିଶ୍ୱକପ୍‌କୁ ଦୃଷ୍ଟିରେ ଅନେକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହିକ୍ରମରେ ବିଶ୍ୱକପ୍‌ର ମ୍ୟାଚ୍‌ ଆୟୋଜକ ହେବାକୁ ଥିବା ଷ୍ଟାଡିୟ ଗୁଡିକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଯଦି ୨୦୨୩ ଦିନିକିଆ ବିଶ୍ୱକପ୍‌ ସମୟରେ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମ୍‌ରୁ କଭରରେ ଘୋଡାଯିବ । ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିସିସିଆଇକୁ ସମସ୍ତ ବୋର୍ଡ ଜଣାଇଛନ୍ତି । ପ୍ରାୟତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ ବର୍ଷାର ପରିମାଣର କମ୍‌ ରହିଥାଏ । ତେଣୁ ଯଦି ବି ଏହି ସମୟରେ ବର୍ଷା ହୁଏ, ତେବେ ପୁରା ଷ୍ଟାଡିୟମକୁ କଭର କରାଯିବ । ଏହାସହିତ ଷ୍ଟାଡିୟମରୁ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଫୋକସ୍‌ କରାଯାଇଛି । ବର୍ଷା ହେଲେ କିପରି କମ୍‌ ସମୟ ମଧ୍ୟରେ ମ୍ୟାଚ୍‌ର ଆରମ୍ଭ ହେବ । ସେଦିଗରେ ମଧ୍ୟ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଧ୍ୟାନ୍‌ ଦେବାକୁ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ । ମୋହାଲି, ନାଗପୁର, ରାଞ୍ଚି, ରାଜ୍‌କୋଟ, ଇନ୍ଦୋର ପରି ହାଇପ୍ରୋଫାଇଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ବିଶ୍ୱକପ୍‌ର ଗୋଟିଏ ହେଲେ ମ୍ୟାଚ୍‌ର ଆୟୋଜନ ମିଳିନାହିଁ ।

Related posts

ବିରାଟଙ୍କ ଯୋଗୁଁ ମ୍ୟାଚ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି..

Odisha Sports Bureau

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau

ଅଜ୍ଞାତ ଖେଳାଳିଙ୍କ ପାଇଁ ୭.୨୦ କୋଟି ଖର୍ଚ୍ଚ କରିଛି ଦିଲ୍ଲୀ କ୍ୟାପିଟାଲ୍ସ; ଜାଣନ୍ତୁ କୁମାର କୁଶାଗ୍ର କିଏ

Odisha Sports Bureau