Cricket

ଦ୍ୱିତୀୟ ମ୍ୟାଚରେ ଫେରିବେ ଧୋନୀ

ରାଞ୍ଚି: ଆଜି ରାଞ୍ଚିରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଇଦାନକୁ ଫେରିବେ କ୍ୟାପଟେନ କୁଲ ମାହି । ଝାଡଖଣ୍ଡର ରାଞ୍ଚି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଦର୍ଶକଙ୍କ ପାଇଁ ସବୁଠୁ ବଡ କଥା ହେଉଛି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ମ୍ୟାଚ ସମୟରେ ଦେଖିବାକୁ ମିଳିବ ।

ଧୋନୀଙ୍କ ହୋମ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳା ଯାଉଥିବା ବେଳେ ଏହି ମ୍ୟାଚରେ ଧୋନୀ ପୁଣିଥରେ ଫେରୁଛନ୍ତି । ଷ୍ଟାଡିୟମକୁ ଆସି ଭାରତୀୟ ଦଳକୁ ଚିୟର କରିବା ସହ ଦଳର ମନୋବଳ ବଢାଇବେ କ୍ୟାପଟେନ କୁଲ ଧୋନୀ । ମ୍ୟାଚର ମଜା ଉଠାଇବା ସହିତ ଦଳର ମନୋବଳ ବଢାଇରେ ଏମ.ଏସ ଧୋନୀ । ଦ୍ୱିତୀୟ ଟି-୨୦ ପୂର୍ବରୁ ଧୋନୀ ଦୁଇ ତିନି ଥର ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ନଜର ଆସିଥିଲେ । ସେ ଷ୍ଟାଡିୟମ ପରିସରରେ ଥିବା ଜିମରେ ବ୍ୟାୟାମ କରୁଥିବାବେଳେ ଫିଟ ରହିବା ପାଇଁ ଷ୍ଟାଡିୟମ ପରିସରରେ ଟେନିସ ମଧ୍ୟ ଖେଳିଥିଲେ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚ ଜିତି ସିରିଜକୁ ସିରିଜ ଜିତିବାକୁ ଚେଷ୍ଟା କରିବ ରୋହିତ ସେନା । ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ସିରିଜ ବରାବର କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।

Related posts

କ୍ରକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ କେଦାର ଯାଦବ

Odisha Sports Bureau

ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ?

Odisha Sports Bureau

ରଣଜୀ ଟ୍ରଫିର ତୃତୀୟ ପର୍ଯ୍ୟାୟ ମ୍ୟାଚ୍

Odisha Sports Bureau