More Sports

ଲିସା କେଟଲୀ ହେଲେ ଫୁଲ ଟାଇମ କୋଚ୍

(ଓଡ଼ିଶା ସ୍ପୋର୍ଟସ ): ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀ ଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା ଭାବେ ଇଂଲଣ୍ଡ ଦଳର ଏହି ହାଇପ୍ରୋଫାଇଲ ପଦରେ ରହି ଦାୟିତ୍ୱ ସମ୍ଭାଳିବେ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସୂଚନା ଦେଇଛି। ୪୮ ବର୍ଷୀୟ ଲିସା ୯ଟି ଟେଷ୍ଟ ୮୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ମାର୍କ ରବିନସନଙ୍କ ଉତ୍ତରାଧିକାରୀ ରୂପେ ସେ ଆସନ୍ତା ଜାନୁୟାରୀ ମାସରୁ କାର୍ୟ୍ୟ ଆରମ୍ଭ କରିବେ।
ପୂର୍ବରୁ କେଟଲୀ ୨୦୧୧ରୁ ୨୦୧୫ ମଧ୍ୟରେ ଇଂଲଣ୍ଡ ମହିଳା ଏକାଡେମୀର କୋଚ୍‌ ଭାବେ ସଫଳତାର ସହ କାର୍ୟ୍ୟ କରିଛନ୍ତି। କୋଚ୍‌ ନିଯୁକ୍ତି ହେବା ପରେ କେଟ୍‌ଲୀ ଖୁସି ଜାହିର କରିଛନ୍ତି। ଏହା ମୋ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ୨୦୦୫ରେ ସେ ଅଷ୍ଟ୍ରେଲିଆ ଦଳ ସହ ବିଶ୍ୱକପ୍‌ ହାସଲ କରିଥିଲେ। ଇଂଲଣ୍ଡ ଦଳରେ ବିଶ୍ୱସ୍ତରୀୟ ଖେଳାଳିମାନେ ରହିଛନ୍ତି। ଏହି ଖେଳାଳିମାନଙ୍କ ସହ ପୂର୍ବରୁ କାର୍ୟ୍ୟ କରିଛି। ଇଂଲଣ୍ଡ ଦ, ସହ କାର୍ୟ୍ୟ କରିବାକୁ ବେଶ୍‌ ଉତ୍ସାହିତ ରହିଛି। ଇଂଲଣ୍ଡ ଏଥର ଦିନିକିଆ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ର ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା। ପୂର୍ବତନ ଅଷ୍ଟ୍ରେଲିଆ ପୁରୁଷ କୋଚ୍‌ ଡାରେନ ଲେହମ୍ୟାନ କେଟଲୀଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି। କୋଚ୍‌ ପଦ ପାଇଁ କେଟଲୀ ଉପଯୁକ୍ତ ବୋଲି ଇସିବି ମ୍ୟାନେଜିଂ ଡାଇରେକ୍ଟର କ୍ଲେୟାର କର୍ନର କହିଛନ୍ତି।

Related posts

ପ୍ରୋ-ଭଲିବଲ ଲିଗ୍ ରେ ୬ ବିଦେଶୀ ଖେଳାଳି ସାମିଲ

Odisha Sports Bureau

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରୀତି; ଲଭଲିନା ମଧ୍ୟ ଫାଇନାଲରେ ପ୍ରବେଶ

Odisha Sports Bureau

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau