Hockey

ମହିଳା ହକି ଟିମ୍ ଇଂଲଣ୍ଡ ବିପକ୍ଷରେ ନିଜର ତୃତୀୟ ମ୍ୟାଚ୍ରେ ‘ଡ୍ର’

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ହକି ଟିମ୍ ଇଂଲଣ୍ଡ ଟୁରର ନିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ଦିନ ଏଠାରେ ‘ଡ୍ର’ ଖେଳିଛି । ଭାରତୀୟ ଟିମ୍ ପ୍ରଥମ କ୍ୱାଟରର ଶେଷରେ ଆକ୍ରମଣାତ୍ମକ ଖେଳିଥିଲା ଏବଂ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା କିନ୍ତୁୁ ସେ ଏହାର ଫାଇଦା ଉଠାଇପାରିଲା ନାହିଁ । ଭାରତୀୟ ଟିମ୍ ଦ୍ୱିତୀୟ କ୍ୱାଟରରେ ମଧ୍ୟ ଆକ୍ରମଣାତ୍ମକ ଖେଳ ଖେଳୀଥିଲା । ୨୦ତମ ମିନିଟ୍ରେ ଭାରତକୁୁ ଦ୍ୱିତୀୟ ପେନାଲ୍ଟିି ମିଳିଥିଲା କିନ୍ତୁ ବ୍ରିିଟିସ୍ ଟିମ୍ ଏହାର ସାନଦାର ରକ୍ଷଣ କରିଥିଲେ ।
ତୃତୀୟ କ୍ୱାଟରର ଆରମ୍ଭରେ ଭାରତୀୟ ଟିମ୍ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା କିନ୍ତୁ ସେ ଏହାକୁ ମଧ୍ୟ ଖରାପ କରିଥିଲା । ବ୍ରିଟେନ୍ ଜବାବ ଆକ୍ରମଣ କରି ୩୫ତମ ମିନିଟରେ ପ୍ରଥମ ପେନାଲ୍ଟୀ କର୍ଣ୍ଣର ହାସଲ କରିଥିଲା ଭାରତୀୟ ଗୋଲକିପର ସବିତା ତାହାର ଭଲ ରକ୍ଷଣ କରିଥିଲା । ଭାରତୀୟ ଟିମ୍ ଆକ୍ରମଣାତ୍ମକ ବ୍ୟବହାର ଜାରି ରଖିଥିଲା ଏବଂ ୩୮ତମ ମିନିଟରେ ଚତୁର୍ଥ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଏଥର ମ୍ୟଚ୍ରେ ମଧ୍ୟ ଅସଫଳ ରଖିଥିôଲା ।
ଚତୁର୍ଥ କ୍ୱାଟରରେର ମଧ୍ୟ ଦୁଇ ଟିମ୍ ଗୋଲ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ସଫଳତା ମିଳି ନଥିଲା । ଶେଷ ସମୟରେ ଭାରତ ପାଖରେ ଗୋଲ କରିବାର ସୁୁଯୋଗ ରହିଥିଲା, ଏଥର ମଧ୍ୟ ସେ ପେନାଲ୍ଟି କର୍ଣ୍ଣଲକୁୁ ବେକାର କରିଦେଇଥିଲା ।

Related posts

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

Odisha Sports Bureau

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau