More Sports

ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହେଲେ ରୌନକ ସାଧୱାନୀ

(ଓଡିଶା ସ୍ପୋର୍ଟ): ୧୩ ବର୍ଷର ରୌନକ ସାଧୱାନି ଭାରତର ୬୫ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ରୌନକ ଆଇଲ ଅଫ୍ ମେନରେ ଫିଡେ ଚେସ୍ ଡଟ୍ କମ୍ ଗ୍ରାଣ୍ଡ ଟେଷ୍ଟ୍ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଏହି ଉପଲବ୍ଧିରେ ପୂର୍ବ ଚମ୍ପିଆନ ସ୍ୱିଜରଲ୍ୟାଣ୍ଡର ଭ୍ଲାଦିମିର କ୍ରେମାନିକ ମଧ୍ୟ ଖୁସୀ ଅଛନ୍ତି କାରଣ ସେ ଅନ୍ୟ ପାଞ୍ଚ ଜଣ ଯୁବ ଭାରତୀୟ ପ୍ରତୀଭାଙ୍କ ସହିତ ରୌନକଙ୍କୁ ଟ୍ରେନ କରିଛନ୍ତି । କ୍ରେମାନିକ କହିଛନ୍ତି ମୁଁ ରୌନକ ପାଇଁ ଗର୍ବିତ ଅନୁଭବ କରୁଛି । ଗତ କିଛି ମାସ ମଧ୍ୟରେ ତାଙ୍କ ଖେଳରେ କିଛିଟା ପରିବର୍ତ୍ତନ, ମଜଭୁତ ଆସିଛି । ୪୪ ବର୍ଷିୟ କ୍ରେମାନିକ୍ ଏହି ବର୍ଷ ଚେସ୍ ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ । ସେ କହିଛନ୍ତି, “ମୋର ବିଶ୍ୱାସ ଅଛି ରୌନକ ଚେସର ଶ୍ରେଷ୍ଠ ଖେଳାଳୀ ହେବେ । ରୌନକ କହିଛନ୍ତି, କ୍ରେମାନିକ ସାରଙ୍କ ଟ୍ରେନିଙ୍ଗ୍ ମୋ ଜୀବନ ବଦଳାଇଦେବାରେ ବରଦାନ ସଦୃଶ୍ୟ ଥିଲା । ସେ ଯାହା ମୋତେ ସିଖାଇଲେ, ମୁଁ ମୋ ଖେଳରେ ମଧ୍ୟ ତାହାକୁ ସାମିଲ କରିଛି । ଏହା ମାନସିକ ଦୃଷ୍ଟିରୁ ଅନେକ ଦୃଢତା ମିଳିଛି ।

Related posts

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍, ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

ଫିଫା ରାଙ୍କରେ ଭାରତ ୧୦୪ତମ ସ୍ଥାନକୁ ଖସିଲା

Odisha Sports Bureau

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

Odisha Sports Bureau

Leave a Comment