Cricket

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

(ଓଡିଶା ସ୍ପୋର୍ଟସ ): ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଛନ୍ତି ପାକିସ୍ତାନ ପେସର ହାସନ ଅଲ୍ଲୀ । ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ସିରିଜରୁ ବାଦ ପଡ଼ିଛନ୍ତି । ସମାନ କାରଣରୁ ଗତ ବିଶ୍ୱକପ୍‌ଠାରୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟଠାରୁ ଦୂରେଇ ରହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ କର୍ମକର୍ତ୍ତା କହିଛନ୍ତି, ଏବେ କରାଯାଇଥିବା ଏମ୍‌ଆର୍‌ଆଇ ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତର ଅଲିଙ୍କୁ ଆହୁରି ୪ ସପ୍ତାହ ବିଶ୍ରାମ ନେବାକୁ କହିଛନ୍ତି। ୨୫ ବର୍ଷୀୟ ଅଲି ପାକିସ୍ତାନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ୩ ଫର୍ମାଟରେ ମୋଟ ୧୪୮ ଉଇକେଟ ନେଇସାରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ପାକିସ୍ତାନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଏପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୫୩ ଦିନିକିଆ, ୩୦ ଟି୨୦ ଓ ୯ ଟେଷ୍ଟ ଖେଳିଛନ୍ତି।

Related posts

କାର ଉପରେ ସ୍ପାଇଡର ମ୍ୟାନ ପୋଜ ଦେଲେ ଶୁଭମନ ଗିଲ୍

୨ମାସ ପାଇଁ ବ୍ରେକ ନେବେ ଧୋନୀ

ବିଶ୍ୱକପ ପୂର୍ବରୁ ଭାରତକୁ ପାକିସ୍ତାନ ଖେଳାଳିଙ୍କ ଚେତାବନୀ; ଜାଣନ୍ତୁ କ’ଣ କହିଲା ପାକିସ୍ତାନ?

Odisha Sports Bureau