Cricket

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

(ଓଡିଶା ସ୍ପୋର୍ଟସ ): ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଛନ୍ତି ପାକିସ୍ତାନ ପେସର ହାସନ ଅଲ୍ଲୀ । ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ସିରିଜରୁ ବାଦ ପଡ଼ିଛନ୍ତି । ସମାନ କାରଣରୁ ଗତ ବିଶ୍ୱକପ୍‌ଠାରୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟଠାରୁ ଦୂରେଇ ରହିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଜଣେ କର୍ମକର୍ତ୍ତା କହିଛନ୍ତି, ଏବେ କରାଯାଇଥିବା ଏମ୍‌ଆର୍‌ଆଇ ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତର ଅଲିଙ୍କୁ ଆହୁରି ୪ ସପ୍ତାହ ବିଶ୍ରାମ ନେବାକୁ କହିଛନ୍ତି। ୨୫ ବର୍ଷୀୟ ଅଲି ପାକିସ୍ତାନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ସେ ୩ ଫର୍ମାଟରେ ମୋଟ ୧୪୮ ଉଇକେଟ ନେଇସାରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ପାକିସ୍ତାନ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଏପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୫୩ ଦିନିକିଆ, ୩୦ ଟି୨୦ ଓ ୯ ଟେଷ୍ଟ ଖେଳିଛନ୍ତି।

Related posts

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

Odisha Sports Bureau

ପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

Odisha Sports Bureau