Cricket

ଟେଷ୍ଟ କିକ୍ରେଟରେ ଅମ୍ପାୟାର ହେବେ ନୀତିନ ମେନନ

(ଓଡିଶାସ୍ପୋର୍ଟସ ): ଟେଷ୍ଟ କିକ୍ରେଟରେ ଅମ୍ପାୟାର ଭାବେ ଡ଼େବ୍ୟୁ କରିବେ ଭାରତର ନୀତୀନ ମେନନ୍ । ଆସନ୍ତା ନଭେମ୍ବର ୨୭ ତାରିଖରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଡେରାଡୁନରେ ହେବାକୁଥିବା ଟେଷ୍ଟ ମ୍ୟାଚ୍ ପାଇଁ ନୀତୀନଙ୍କୁ ଫିଲ୍ଡ ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ନରେନ୍ଦ୍ର ମେନନଙ୍କ ପୁଅ ନୀତୀନ ୨୦୦୫ରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ରାଜ୍ୟ ପ୍ୟାନେଲରେ ଅମ୍ପାୟାର ହୋଇଥିଲେ। ସେ ୫୭ ପ୍ରଥମଶ୍ରେଣୀ ମ୍ୟାଚ୍ ବ୍ୟତୀତ ୨୨ ଦିନିକିଆ, ୯ ଟି-୨୦ ଏବଂ ୪୦ ଆଇପିଏଲ୍ ମ୍ୟାଚରେ ଅମ୍ପାୟାର ରହିସାରିଛନ୍ତି।
ନୀତୀନ ଆଇସିସିର ଏଲିଟ୍ ପ୍ୟାନେଲରେ ସାମିଲ୍ ହେବା ନେଇ ଲକ୍ଷ୍ୟ ରଖିଛନ୍ତି। ଏପର୍ୟ୍ୟନ୍ତର ଅଭିଯାନ ନେଇ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ନୀତୀନ କହିଛନ୍ତି, ବିସିସିଆଇର ଘରୋଇ ମ୍ୟାଚର ଅଭିଜ୍ଞତା ଯୋଗୁ ମୁଁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛି।

Related posts

୧୨୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଟ୍ରାଭିସ…

Odisha Sports Bureau

ଇରଫାନଙ୍କ ପରି ଶେଷ ହେବ ହର୍ଷିତଙ୍କ କ୍ୟାରିୟର?

Odisha Sports Bureau

ମୁମ୍ବାଇର ୱାଙ୍ଖଡେରେ ଭାରତକୁ ଭେଟିବ ଶ୍ରୀଲଙ୍କା

Odisha Sports Bureau