Cricket

ଟେଷ୍ଟ ସିରିଜରେ ଭାରତର ବିଜୟ

(ଓଡିଶାସ୍ପୋର୍ଟ୍ସ ): ଦ୍ୱିତୀୟ ଟେଷ୍ଟରେ ଭାରତର ବିଜୟ । ୱେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ କରିଛି ଭାରତ । ଏହାସହ ଟେଷ୍ଟ ସିରିଜକୁ ମଧ୍ୟ ୨-୦ରେ ଜିତିନେଇଛି । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କ ଆକର୍ଷଣୀୟ ବୋଲିଂ ପ୍ରଭାବରେ ଭାରତ ଏହି ସଫଳତା ପାଇଛି । ଏହାସହ ଭାରତୀୟ ଅଧିନାୟକ ବିରାଟ କୋହଲି ସବୁଠାରୁ ସଫଳତମ ଅଧିନାୟକ ଭାବେ କୀର୍ତି ଅର୍ଜନ କରିଛନ୍ତି ।
ବିରାଟ କୋହଲିଙ୍କ ନେତୃତ୍ୱରେ ଏହା ହେଉଛି ୨୮ ତମ ଟେଷ୍ଟ ବିଜୟ । ଏହାସହ ଭାରତ ଇଣ୍ଡିଜ ବିରୋଧରେ ଲଗାତାର ଭାବେ ୮ଟି ସିରିଜ ଜିତିବାରେ ସକ୍ଷମ ମଧ୍ୟ ହୋଇଛି । ଦ୍ୱିତୀୟ ଟେଷ୍ଟରେ ଭାରତର ୪୬୮ ରନର ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଜ ଭାରତୀୟ ବୋଲର ଜାଡେଜା, ଶାମି, ଇଶାନ୍ତ ଶର୍ମା ଓ ବୁମରାହଙ୍କ ବୋଲିଂର ମୁକାବିଲା କରିପାରି ନଥିଲା । ଫଳରେ କାରବିଆନ ଦଳ ୫୯.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଯାଇଥିଲା ।
ଏହି ବିଜୟ ପରେ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଆନ ତାଲିକାରେ ୬୦ ଅଙ୍କ ମିଳିଛି । ଦଳ ଦୁଇଟି ମ୍ୟାଚରେ ୧୨୦ ଅଙ୍କ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା କ୍ରମଶ ୬୦ ଅଙ୍କ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Related posts

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି

Odisha Sports Bureau

ଟିମ ଇଣ୍ଡିଆ କୋଚ ଚୟନ ପାଇଁ ଏକ ୩ ଜଣିଆ କମିଟି ଗଠନ

ପୁଣି ଥରେ ଚେପକ ଦୁର୍ଗ ଭାଙ୍ଗିଲା ପଞ୍ଜାବ କିଙ୍ଗସ, IPL ଇତିହାସରେ ପ୍ରଥମ ଥର ପାଇଁ ଏପରି ଦିନ ଦେଖିଲା CSK