Cricket

ବିରାଟ ବାହିନୀର ବିରାଟ ବିଜୟ

(ଓଡିଶା ସ୍ପୋର୍ଟସ):  ବିରାଟ କୋହଲିଙ୍କ ବାହିନୀ ଇତିହାସ ରଚିଛି । ବିରାଟଙ୍କ ନେତୃତ୍ୱରେ ଭାରତ ସାଉଥ ଆଫ୍ରିକା ବିରୋଧରେ କ୍ଲିନ ସ୍ୱିପ କରିଛି । ଦଳ ବିଶାଖାପାଟନାମ, ପୁଣେରେ ବିଜୟ ହାସଲ ପରେ ରାଂଚିରେ ମଧ୍ୟ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ୨୦୨ ରନ୍ରେ ହରାଇ ସିରିଜ କ୍ଲିନସ୍ୱିପ କରିଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ପ୍ରଥମ ଥର ପାଇଁ ୩-୦ରେ ସିରିଜ କବଜା କରିଛି । ଗତକାଲି ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ୧୩୨ ରନରେ ୮ ୱିକେଟ୍ ହରାଇ ବ୍ୟାଟିଂ କରୁଥିଲା । ଆଜି ଖେଳ ଆରମ୍ଭ ହେଲା ବେଳକୁ ଦଳ ଆଉ ୧ ରନ୍ ଯୋଡି ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୨୦୨ ରନରେ ବୃହତ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ଵିକେଟ ନେଇଥିବା ବେଳେ ଉମେଶ ଯାଦବ ୨ ଟି ଓ୍ଵିକେଟ ନେଇ ଭ୍ରମଣକାରୀ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ପ୍ରଥମ ଇଂନିସରେ ୩୩୫ ରନ ଲିଡ କରିବା ପରେ ୨ୟ ଇଂନିସ ବ୍ୟାଟିଂ ନ କରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା ଭାରତ ।

Related posts

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

Odisha Sports Bureau

ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ

Odisha Sports Bureau

ଭାରତର ଦମଦାର୍ ପ୍ରଦର୍ଶନ, ଜିମ୍ବାୱେ ସାମ୍ନାରେ ବଡ଼ ଲକ୍ଷ

Odisha Sports Bureau