Cricket

ଦେଖିବାକୁ ମିଳିବନି ମିଚେଲ ଷ୍ଟାର୍କଙ୍କ ଖେଳ

(ଓଡ଼ିଶା ସ୍ପୋର୍ଡ଼ସ ): ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ରେ ବାମହାତୀ ପେସର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ବୁଧବାର ତାଙ୍କ ଭାଇର ବିବାହ ଉତ୍ସବରେ ସେ ଯୋଗଦେବେ। ଷ୍ଟାର୍କଙ୍କ ଅନୁପସ୍ଥିତିରେ ବିଲି ଷ୍ଟାନଲେକ ଓ ସିନ ଆବଟଙ୍କ ମଧ୍ୟରେ ଜଣେ କେହି ପେସରଙ୍କୁ ଗାବାଠାରେ ଖେଳିବାକୁ ସୁଯୋଗ ମିଳିବ। ଉଭୟ ଆବଟ ଓ ଷ୍ଟାନଲେକ ଘରୋଇ ଦିନିକିଆ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ଦଳରେ ସ୍ଥାନ ପାଇଛନ୍ତି। ତେବେ ଷ୍ଟାନଲେକ ନିକଟରେ ଜାତୀୟ ଦଳ ପାଇଁ ଖେଳିଥିଲେ। ଅନ୍ୟପକ୍ଷରେ ଅନ୍ତିମ ଥର ୨୦୧୪ରେ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଖେଳିଥିବା ଆବଟଙ୍କୁ ପ୍ରାରମ୍ଭିକ ଦଳରେ ସାମିଲ କରାଯାଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଆହତ ଆଣ୍ଡ୍ୟୁ ଟାଇଙ୍କ ବଦଳରେ ନିଆଯାଇଛି। ଆଡିଲେଡ୍‌ଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ଦଳ ୧୩୪ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି। ଆରୋନ ଫିଞ୍ଚଙ୍କ ଦଳ ଏବେ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ହାତେଇବା ଲକ୍ଷ୍ୟରେ ରହିଛି।

Related posts

ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ରୋହିତଙ୍କ ରେକର୍ଡ଼

Odisha Sports Bureau

ହାର୍ଦ୍ଦକଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର , ଖୁବ୍ ଶୀଘ୍ର ପଡିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର

Odisha Sports Bureau

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau