Cricket

ହାର୍ଦ୍ଦକଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର , ଖୁବ୍ ଶୀଘ୍ର ପଡିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି। ମୁମ୍ବାଇ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଗୁଜରାଟ୍ ଟାଇଟନ୍ସ ସହ ଟ୍ରେଡ କରିଛି। ମାତ୍ର ବଡ଼ ପ୍ରଶ୍ନ କଣ ହାର୍ଦ୍ଦିକ ପାଣ୍ଡ୍ୟ ଆଇପିଏଲ୍ ସୁଦ୍ଧା ଫିଟ୍  ହୋଇଯିବେ ? ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁନଃ ଥଇଥାନ ପ୍ରକ୍ରିୟା ଆରମ୍ଭ  ହୋଇ ଯାଇଛି। ଅର୍ଥାତ ସେ ଶୀଘ୍ର ମଇଦାନକୁ ଫେରି ପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏ ସଂପର୍କରେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ  କରିଛନ୍ତି।

ବିଶ୍ଵକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ  ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଫଳରେ ସେ ବିଶ୍ଵକପର ଅବଶିଷ୍ଟ ମ୍ୟାଚ୍ ଖେଳି ପାରି ନ ଥିଲେ। ମାତ୍ର ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ଭାରତୀୟ କ୍ରିକେଟ୍ ପ୍ରେମୀ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଶ୍ଵସ୍ତିକର । ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଟ୍ରେନିଂର ଭିଡିଓ ସେୟାର କରିଛନ୍ତି। ଏଥିରେ ଲେଖିଛନ୍ତି- ଓ୍ଵାର୍କ ଅନ ପ୍ରୋଗ୍ରେସ। ଏହି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ କହିବା କଥା ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ମଇଦାନକୁ ଫେରି ପାରନ୍ତି।

ତେବେ କେବେ ସୁଦ୍ଧା ହାର୍ଦ୍ଦିକ ପଡ଼ିଆକୁ ଫେରିବେ ଏହା  ସ୍ପଷ୍ଟ ହୋଇ ନାହିଁ। ମାତ୍ର ଏହା ଆଶା କରାଯାଉଛି ଯେ, ଦଳର ଏହି ଷ୍ଟାର ଅଲରାଉଣ୍ଡର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ  ଦଳକୁ ଫେରି ପାରନ୍ତି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ  ଜାନୁଆରୀରେ ଖେଳାଯିବ। ଏହି ସିରିଜତେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳି ଖେଳିବାର ସମ୍ଭାବନା ବହୁତ କମ ରହିଛି। ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳୁ ଫେରିବା ସୁନିଶ୍ଚିତ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

Related posts

ବିନା ବୁମରାହରେ ଓହ୍ଲାଇବ ଟିମ୍ ଇଣ୍ଡିଆ; ଭାରତ ଜିତିଲେ ବାଜବଲ ଯୁଗରେ ଇଂଲଣ୍ଡର ଐତିହାସିକ ପରାଜୟ

Odisha Sports Bureau

ସମୁଦାୟ କେତେ ସମ୍ପତ୍ତିର ମାଲିକ ରୋହିତ ଶର୍ମା?

Odisha Sports Bureau

ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ପରାସ୍ତ