Football

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

(ଓଡ଼ିଶା ସ୍ପୋର୍ଟସ ): ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ)ର ଦଶମ ମ୍ୟାଚରେ ନବାଗତ ହାଇଦ୍ରାବାଦ ଏଫ୍‌ସିକୁ ୩-୧ ଗୋଲରେ ହରାଇ ଜାମଶେଦପୁର ଏଫ୍‌ସି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଓଡିଶା ଏଫ୍‌ସିକୁ ୨-୧ରେ ପରାସ୍ତ କରିଥିବା ଜାମଶେଦପୁର ଦଳ ଏହି ବିଜୟ ସହିତ ପୁରା ୬ ପଏଣ୍ଟ ସଂଗ୍ରହ କରି ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି କ୍ଷ
ଜାମଶେଦପୁର ପକ୍ଷରୁ ଫାରୁକ ଚୌଧୁରୀ, ଆନିକେତ ଯାଦବ ଓ ସର୍ଜିଓ କାଷ୍ଟେଲ ଗୋଲ ଦେଇଥିବା ବେଳେ ହାଇଦ୍ରାବାଦ ତରଫରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ ମାର୍ସେଲିନୋ ପେରେରା। ପୂର୍ବ ମ୍ୟାଚରେ ଏଟିକେଠାରୁ ୫-୦ରେ ହାରିଥିବା ହାଇଦ୍ରାବାଦ ଦଳର ଏହା କ୍ରମାଗତ ଦ୍ୱିତୀୟ ପରାଜୟ କ୍ଷ ମ୍ୟାଚରେ ଘରୋଇ ଜାମଶେଦପୁର ଦଳ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଆପଣାଇ ଗୋଲ ଦେବାର ଏକାଧିକ ସୁଯୋଗ କରିଥିଲା। କିନ୍ତୁ ଦୁର୍ବଳ ଫିନିଶିଂ ଏବଂ ହାଇଦ୍ରାବାଦ ଗୋଲରକ୍ଷକ ତଥା ଅଧିନାୟକ କମଲଜିତ ସିଂଙ୍କ ଲଢୁଆ ପ୍ରଦର୍ଶନ ଯୋଗୁ କୌଣସି ଗୋଲ ହୋଇ ନ ଥିଲା କ୍ଷ ମଙ୍ଗଳବାର ଖେଳରେ ମାରୁତି ସୁଜୁକି ଲିମିଟ୍‌ଲେସ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ସର୍ଗିଓ କାଷ୍ଟେଲଙ୍କୁ ଏବଂ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ଫାରୁକ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା

Related posts

ଲେୱାଣ୍ଡୋସ୍କିଙ୍କ ସହଯୋଗରେ ଫାଇନାଲରେ ବାଇର୍ନ

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

Odisha Sports Bureau

ଚୀନରେ ମେସିଙ୍କୁ ଦେଖିବା ପାଇଁ ଟିକେଟର ଦାମ୍ ୨ ଲକ୍ଷ ଟଙ୍କା