Cricket

ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ

(ଓଡ଼ିଶା ସ୍ପୋର୍ଡ଼ସ ): ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିଥି ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ । କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍‌ ମ୍ୟାଚ୍‌ରେ ଧୋନି ଅତିଥି ଭାଷ୍ୟକାର ଭୂମିକା ତୁଲାଇବେ। ପ୍ରସାରଣ ସଂସ୍ଥା ପକ୍ଷରୁ ଏହି ଟେଷ୍ଟ୍‌ର ପ୍ରଥମ ଦୁଇ ଦିନ ଲାଗି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ‌ସେମାନେ ଭାରତର ଟେଷ୍ଟ୍‌ ଇତିହାସରେ ନିଜ ନିଜର ସବୁଠାରୁ ଭଲ ମୁହୂର୍ତ୍ତକୁ ବାଣ୍ଟିବା ପାଇଁ କୁହାଯାଇଛି। ଏହି ଆଧାରରେ ଧୋନିଙ୍କ ପାଖକୁ ପଠା ଯାଇଥିବା ନିମନ୍ତ୍ରଣ ପତ୍ରକୁ ଯଦି ସେ ଗ୍ରହଣ କରନ୍ତି ତେବେ କୋଲକାତା ଟେଷ୍ଟ୍‌ରେ ତାଙ୍କୁ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିବ। ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ବେଳେ ଅଷ୍ଟ୍ରେଲିଆ ବିପକ୍ଷ (୨୦୦୧)ରେ ଭାରତର ସବୁଠାରୁ ବଡ଼ ବିଜୟକୁ ଉତ୍ସବ ଭାବେ ଇଡେନ୍‌ ଗାର୍ଡେନ୍ସଠାରେ ପାଳନ କରିବା ଲାଗି ପ୍ରସାରଣ ସଂସ୍ଥା ପକ୍ଷରୁ ଯୋଜନା କରାଯାଉଛି। ଏଥିସହ ମ୍ୟାଚ୍‌ ପୂର୍ବ ଅଭ୍ୟାସ‌କୁ ମଧ୍ୟ ସିଧାପ୍ରସରଣ କରିବାକୁ ଷ୍ଟାର ସ୍ପୋର୍ଟ୍ସ ଚିନ୍ତା କରିଥିବା ସୂଚନା ଦେଇଛି।

Related posts

ଯଶ୍ୱସୀଙ୍କ ବ୍ୟାଟିଂ କୋଚ ହେଲେ ବିରାଟ

ଖୁବ ଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି

Odisha Sports Bureau

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

Odisha Sports Bureau