Cricket

ଫ୧୯ରେ ହେବ ଖେଳାଳି ନିଲାମ

(ଓଡିଶା ସ୍ପୋର୍ଟସ ): ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ ଆଇପିଏଲ୍‌ ଗଭର୍ନିଂ କାଉନସିଲରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏଥର ପ୍ରଥମଥର ପାଇଁ କୋଲକାତାରେ ଖେଳାଳି ନିଲାମ ଆୟୋଜନ ହେବ। ପୂର୍ବରୁ ବେଙ୍ଗାଲୁରୁରେ ଖେଳାଳି ନିଲାମ ଆୟୋଜିତ ହୋଇଆସୁଥିଲା।
୨୦୧୯ରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ୮୨ କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା। ତେବେ ଏଥର ପ୍ରତ୍ୟେକ ଦଳକୁ ୮୫ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି କୁହାଯାଇଛି। ଏହା ବ୍ୟତୀତ ଫ୍ରାଞ୍ଚାଇଜ୍‌ଗୁଡିକ ପାଖରେ ଅତିରିକ୍ତ ୩ କୋଟି ଟଙ୍କା ରହିବ। ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ଅର୍ଥରାଶି ୮.୨ କୋଟି ଟଙ୍କା ରହିଛି। ଏହାପରେ ରାଜସ୍ଥାନ ରୟାଲ୍ସର ୭.୧୫ କୋଟି ଓ କୋଲକାତା ନାଇଟ ରାଇଡର୍ସ ପାଇଁ ୬.୦୫ କୋଟି ଟଙ୍କା ବାଲାନ୍ସ ରହିଛି। ୨୦୧୨ ମେଗା ଖେଳାଳି ନିଲାମରେ ଫ୍ରାଞ୍ଚାଇଜ୍‌ଗୁଡିକ ନୂଆ ଦଳ ପ୍ରସ୍ତୁତ କରିବେ। ଏହା ପୂର୍ବରୁ ଚଳିତ ବର୍ଷର ନିଲାମ ଅନ୍ତିମ ସାବ୍ୟସ୍ତ ହେବ।
୨୦୨୦ ନିଲାମ ପୂର୍ବରୁ ଦଳଗୁଡକ ପାଖରେ ଥିବା ଶେଷ ଅର୍ଥରାଶି
ଚେନ୍ନାଇ ସୁପର କିଙ୍ଗ୍ସ- ୩.୨ କୋଟି
ଦିଲ୍ଲୀ କ୍ୟାପିଟାଲ୍ସ- ୭.୭ କୋଟି
କିଙ୍ଗ୍ସ ଏକାଦଶ ପଞ୍ଜାବ- ୩.୭ କୋଟି
କୋଲକାତା ନାଇଟ ରାଇଡର୍ସ- ୬.୦୫ କୋଟି
ମୁମ୍ବାଇ ଇଣ୍ଡିଆନ୍ସ- ୩.୫୫ କୋଟି
ରାଜସ୍ଥାନ ରୟାଲ୍ସ- ୭.୧୫ କୋଟି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ୧.୮୦ କୋଟି
ସନରାଇଜର୍ସ ହାଇଦ୍ରାବାଦ ୫.୩୦ କୋଟି

Related posts

୧୨ ବର୍ଷ ପରେ ଗୋଟିଏ ଇନିଂସରେ ତିନି ଖେଳାଳି ରନ୍ ଆଉଟ୍

Odisha Sports Bureau

ଅଷ୍ଟ୍ରେଲିଆ ବାହିନୀ ଆଗରେ ୩୯୯ରନର ବିଜୟ ଲକ୍ଷ୍ୟ

Odisha Sports Bureau

ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍‌ରେ ହାରିଲା ଓଡ଼ିଶା

Odisha Sports Bureau