Cricket

ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍‌ରେ ହାରିଲା ଓଡ଼ିଶା

କଟକ:- ପୁଣି ରଣଜୀ ମ୍ୟାଚରେ ଓଡ଼ିଶା କ୍ରିକେଟ ଦଳ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । କଟକ ବାରବାଟୀରେ ଖେଳାଯାଇଥିବା ରଣଜୀ ମ୍ୟାଚରେ ଓଡ଼ିଶା ପରାଜୟ  ହୋଇଛି । ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍‌ରେ ହାରିଲା ଓଡ଼ିଶା । ଆନ୍ଧ୍ର ପ୍ରଦେଶର ୪୭୫ ରନ୍‌ ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୧୫୧ ଏବଂ ଦ୍ୱିତୀୟ ଇନିଂସରେ ୨୭୪ ରନ୍‌ରେ ଅଲଆଉଟ୍ ହୋଇଥିଲା । ଆନ୍ଧ୍ର ପ୍ରଦେଶର ବିଶାଳ ସ୍କୋର ପରେ ଫଲୋଅନ ହୋଇଥିଲା ଓଡ଼ିଶା । ପରେ ଦ୍ୱିତୀୟ ଇନିଂସରେ ଓଡିଶା ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ପରାଜୟ ଏଡ଼ାଇବାରେ ବିଫଳ ହୋଇଛି ।

Odisha Suffer an innings and 50 runs Defeat Vs Andhra At Barabati Stadium

ଆନ୍ଧ୍ର ପ୍ରଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମ ଇନିଂସରେ ୭ ଓ୍ବିକେଟ ବିନିମୟରେ ୪୭୫ ରନ ସ୍କୋର କରିଥିଲା । ସମସ୍ତ ବ୍ୟାଟର ଦମଦାର ବ୍ୟାଟିଂ କରିଥିବା ବେଳେ ଶେକ୍ ସରିଦ୍ ୧୪୦ ରନର ଆକର୍ଷଣୀୟ ଇନିଂସ ଖେଲିଥିଲେ । ଏହାର ଜବାବରେ ଓଡିଶା ପ୍ରଥମ ଇନିଂସରେ ସଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମାତ୍ର ୧୫୧ ରନରେ ଅଲଆଉଟ ହେବା ସହିତ ଫଲୋଅନ୍ ହୋଇଥିଲା । ପରେ ଦ୍ୱିତୀୟ ଇନିଂସରେ ଭଲ ଆମ୍ଭ କରିଥିଲା ଓଡିଶା ହେଲେ ପରାଜୟ ଏଡାଇବାରେ ବିଫଳ ହୋଇଛି ଓଡିଶା ଟିମ୍ ।

Ranji Trophy: Odisha Fight Back With 3 Wickets After Andhra's 161-Run  Opening Partnership | OdishaBytes

Related posts

ତାଙ୍କ ବାପା କୁଣ୍ଡଳୀ ପଢି ତାଙ୍କୁ କ୍ରିକେଟର କରିଥିଲେ,ଏହା ହେଉଛି ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ବୋଲର ବୈଷ୍ଣବୀଙ୍କ କାହାଣୀ

Odisha Sports Bureau

ଏୟାରପୋର୍ଟରେ ଖେଳାଳିଙ୍କ ସାଧାରଣ ଜ୍ଞାନ ପରୀକ୍ଷା

Odisha Sports Bureau

ଧୋନି ଏବଂ କୋହଲିଙ୍କ ପତ୍ନୀ ପିଲାଦିନର ବନ୍ଧୁ