Cricket

ମାସ୍କ ସାନିଟାଇଜର ସହ ନିଆରା ସେଲିବ୍ରେସନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲୁ ରହିଛି ବିଗ ବାଶ ଲିଗ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନୀ ବୋଲର ହାରିସ ରୌଫ ୱିକେଟ ହାସଲ କରିବା ପରେ କରିଛନ୍ତି ଅଜବ ସେଲିବ୍ରେସନ । ଏହି ସେଲିବ୍ରେସନର ଭଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ୱିକେଟ ନେବା ଅଜବ ପ୍ରକାର ସେଲିବ୍ରେସନ ମୁଡକୁ ଆସିଥିଲେ ହାରିସ । ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧି ସେଲିବ୍ରେସନ କରିଥିଲେ ପାକିସ୍ତାନର ଏହି ଷ୍ଟାର ବୋଲର । ସତସତିକା ସାନିଟାଇଜର ନଲଗାଇଲେ ବି ମିଛିମିଛିକା ହାତ ସାନିଟାଇଜ କରିବାର ଅଭିନୟ କରିଥିଲେ। ହେଲେ ମାସ୍କ କିନ୍ତୁ ପିନ୍ଧିଥିଲେ । ଖୁସିରେ ସେ ଏପରି କରୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭଡିଓଟି । ଏମିତି ସେଲିବ୍ରେସନ କରିବା ଦ୍ୱାରା ସେ ସମଗ୍ର ବିଶ୍ୱକୁ କରୋନା ମହାମାରୀରୁ ବଞ୍ଚିବା ପାଇଁ ମାସ୍କ ଓ ସାନିଟାଇଜର ଜରୁରୀ ବୋଳି ବାର୍ତ୍ତା ମଧ୍ୟ ଦେଇଥିଲେ ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଗ୍ନିପରୀକ୍ଷା

ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିବା ରାଙ୍କରେ ଯୋଡ଼ି ହେଲେ ମିତାଲି ରାଜ

Odisha Sports Bureau