More Sports

ଥାନା ଲକ ଅଫ୍‌ରେ ୪ ଘଣ୍ଟା ବିତାଇଲେ ଏହି ବାସ୍କେଟବଲ ଖେଳାଳି

(ଓଡ଼ିଶା ସ୍ପୋର୍ଡ଼ସ ): ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪ ଘଣ୍ଟା ବିତାଇବାକୁ ପଡ଼ିଛି। ଏହି ଖେଳାଳିମାନେ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଜାତୀୟ କ୍ୟାମ୍ପକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଝଗଡ଼ା କରୁଥିଲେ। ସେମାନଙ୍କୁ ସେଠାରେ ପୋଲିସ ଗିରଫ କରିଥିଲା ବୋଲି ଭାରତୀୟ ବାସ୍କେଟବଲ ଫେଡେରେଶନ (ବିଏଫ୍‌ଆଇ)ର ସାଧାରଣ ସମ୍ପାଦକ ଚନ୍ଦର ମୁଖୀ ଶର୍ମା କହିଛନ୍ତି। ଏହି ୩ ଖେଳାଳି ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସମସ୍ତ ଲିଗ ପର୍ୟ୍ୟାୟ ମ୍ୟାଚ୍‌ ଖେଳିଥିଲେ। ତିନିଜଣଙ୍କ ସହ ଜଣେ ୧୭ ବର୍ଷରୁ କମ୍‌ ଜୁନିୟର ଖେଳାଳି ଥିଲେ। ନାବାଳକ ହୋଇଥିବାରୁ ତାଙ୍କ ନାମ ଗୁପ୍ତ ରଖାଯାଇଛି। ସେମାନେ ବିଏଫ୍‌ଆଇ ଅଫିସିଆଲ କିମ୍ବା କାର୍ୟ୍ୟରତ କୋଚଙ୍କୁ ନ ଜଣାଇ ଦୁଇ ମୋଟର ସାଇକେଲରେ ବାହାରିଥିଲେ। ଗୋଟିଏ ବାଇକ୍‌ ସ୍କିଡ କରିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଜାତୀୟ ଶିବିର ନିୟମ ଭାଙ୍ଗିବା ପାଇଁ ନୋଟିସ ଦିଆଯାଇଛି। ବିଏଫ୍‌ଆଇ ଅଫିସିଆଲଙ୍କ ୩ ଜଣିଆ କମିଟି ଗଠନ କରାଯାଇଛି, ଯାହା ଏହି ଘଟଣାର ତଦନ୍ତ କରିବ। ଏ ସମ୍ପର୍କରେ କୋଚ୍‌ଙ୍କୁ ଯଥା ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ୩ ଖେଳାଳି ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ କରାଯିବ। ଏଭଳି ବିଶୃଙ୍ଖଳିତ କାର୍ୟ୍ୟ କଦାପି ଗ୍ରହଣୀୟ ନୁହେଁ। ତିନି ଜଣଙ୍କ ସହ ଥିବା ଜୁନିୟର ଖେଳାଳି କେବଳ ତାଙ୍କ ସହ ଯାଇଥିଲେ, ମାଦକ ଦ୍ରବ୍ୟ ସେବନ କରି ନ ଥିଲେ ବୋଲି ଶର୍ମା କହିଛନ୍ତି ।

Related posts

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau

ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

Odisha Sports Bureau