Cricket

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

(ଓଡ଼ିଶା ସ୍ପୋର୍ଡ଼ସ ): ଭାରତ ଓ ବାଂଲାଦେଶ ମଧ୍ୟରେ ପିଙ୍କ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆୟୋଜକ ଭାରତ ନିଜର ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍କୋର। ଏହା ହେଉଛି ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ। ଭାରତ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ଅଛି।

ଟସ୍‌ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲରଙ୍କ ଆଗରେ ଜଣେ ପରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଆତ୍ମ ସମର୍ପଣ କରିଥିଲେ। ଈଶାନ୍ତ ଶର୍ମା ୨୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବ୍ୟତୀତ ଉମେଶ ଯାଦବ ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ ନିଜ ନାମରେ କରିଥିଲେ। ଅତିଥି ଟିମ୍‌ର ୪ ଜଣ ବ୍ୟାଟସ୍‌ମ୍ୟାନ୍‌ ଖାତା ନ ଖୋଲି ପାଭଲିଅନ୍‌କୁ ଫେରିଥିଲେ। ବାଂଲାଦେଶ ୩୦.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।
ଅତିଥି ଟିମ୍‌ ତରଫରୁ ଓପନର ଶାଦମାନ ଇସ୍‌ଲାମ ୨୯ ରନ୍‌ କରିଥିବା ବେଳେ ଲିଟନ ଦାସ ୨୪ ରନ୍‌ କରିଥିଲେ। ଲିଟନ୍‌ ଦାସଙ୍କୁ ରିଟାୟର୍ଡ ହର୍ଟ ହେବାକୁ ପଡ଼ିଥିଲା। କାରଣ ମହମ୍ମଦ ସାମିଙ୍କ ଏକ ବଲ ଲିଟନ୍‌ଙ୍କ ମୁଣ୍ଡରେ ବାଜିଥିଲା। ନଇମ୍‌ ହାସନ୍‌ ୧୯ ରନ୍‌ କରିଥିଲେ।

Related posts

ପୁଣି ଥରେ ବିଶ୍ୱର ନମ୍ବର ୱାନ ସ୍ମୃତି ମନ୍ଧାନା

Odisha Sports Bureau

WPL 2026ରେ DCକୁ ଧୁଳି ଚଟେଇଲା RCB, ଇତିହାସ ସୃଷ୍ଟି କଲେ ସ୍ମୃତି

Odisha Sports Bureau

ମ୍ୟାଚ ପୂର୍ବରୁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମର ଯାଞ୍ଚ ପାଇଁ ପହଞ୍ଚିଲେ ଆଇସିସି ଏବଂ ବିସିସିଆଇ ଅଧିକାରୀ

Odisha Sports Bureau