Cricket

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

(ଓଡ଼ିଶା ସ୍ପୋର୍ଡ଼ସ ): ଭାରତ ଓ ବାଂଲାଦେଶ ମଧ୍ୟରେ ପିଙ୍କ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆୟୋଜକ ଭାରତ ନିଜର ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଟିମ୍‌ ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଏହା ବାଂଲାଦେଶର ଭାରତ ବିପକ୍ଷରେ ୧୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍କୋର। ଏହା ହେଉଛି ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ। ଭାରତ ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ଅଛି।

ଟସ୍‌ ଜିଣି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଭାରତୀୟ ବୋଲରଙ୍କ ଆଗରେ ଜଣେ ପରେ ଜଣେ ବ୍ୟାଟସ୍‌ମ୍ୟାନ୍‌ ଆତ୍ମ ସମର୍ପଣ କରିଥିଲେ। ଈଶାନ୍ତ ଶର୍ମା ୨୨ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେଇଥିଲେ। ତାଙ୍କ ବ୍ୟତୀତ ଉମେଶ ଯାଦବ ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ ନିଜ ନାମରେ କରିଥିଲେ। ଅତିଥି ଟିମ୍‌ର ୪ ଜଣ ବ୍ୟାଟସ୍‌ମ୍ୟାନ୍‌ ଖାତା ନ ଖୋଲି ପାଭଲିଅନ୍‌କୁ ଫେରିଥିଲେ। ବାଂଲାଦେଶ ୩୦.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।
ଅତିଥି ଟିମ୍‌ ତରଫରୁ ଓପନର ଶାଦମାନ ଇସ୍‌ଲାମ ୨୯ ରନ୍‌ କରିଥିବା ବେଳେ ଲିଟନ ଦାସ ୨୪ ରନ୍‌ କରିଥିଲେ। ଲିଟନ୍‌ ଦାସଙ୍କୁ ରିଟାୟର୍ଡ ହର୍ଟ ହେବାକୁ ପଡ଼ିଥିଲା। କାରଣ ମହମ୍ମଦ ସାମିଙ୍କ ଏକ ବଲ ଲିଟନ୍‌ଙ୍କ ମୁଣ୍ଡରେ ବାଜିଥିଲା। ନଇମ୍‌ ହାସନ୍‌ ୧୯ ରନ୍‌ କରିଥିଲେ।

Related posts

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

Odisha Sports Bureau