More Sports

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲିଙ୍କୁ ସ୍ୱର୍ଣ୍ଣ

(ଓଡ଼ିଶା ସ୍ପୋର୍ଟସ ): ଝିଲି ଦଳବେହେରାଙ୍କୁ ସ୍ୱର୍ଣ୍ଣ ପଦକ । ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଝିଲି ଏହି ସଫଳତା ହାସଲ କରିଛନ୍ତି । ରେଳବାଇ ତରଫରୁ ପ୍ରତିନିଧିତ୍ୱ କରୁଥିବା ଝିଲି ମହିଳା ଭାରୋତ୍ତୋଳନର ୪୫ କେଜିରୁ କମ୍ ବର୍ଗରେ ପ୍ରଥମ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି । ଝିଲି ଦୁଇ ରାଉଣ୍ଡରୁ ସର୍ବାଧିକ ୧୫୧ ପଏଣ୍ଟ ସ୍କୋର କରି ପ୍ରଥମ, ଶ୍ରୀଲଙ୍କାର ଦିବେଶକରା ଶ୍ରୀମାଲି ଦ୍ୱିତୀୟ ଏବଂ ନେପାଳର ସଙ୍ଗୀତା ରାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ସ୍ନେହା ସୋରେନ୍ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ଭାରତ ସର୍ବାଧିକ ୬୩ଟି ପଦକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

Related posts

ବିନା ହାତରେ ସ୍ନୁକର ଗେମ୍ ଜିତି ଉତ୍ସାହ ଦେଖାଇଲେ ଇକ୍ରାମ

Odisha Sports Bureau

ଅସୁସ୍ଥତା ହେତୁ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବେନି ନୀରଜ ଚୋପ୍ରା

ମାଲଦ୍ୱୀପକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍ ଟିମ୍

Odisha Sports Bureau