Tennis

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ୍ ହାସଲ କଲା ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ

(ଓଡିଶା ସ୍ପୋର୍ଟସ): ଭାରତୀୟ ଟେବୁଲ ଟେନିସ ଟିମ୍ ଅନ୍ତରାଷ୍ଟ୍ରିୟ ଟେବୁଲ ଟେନିସ୍ ମହାସଂଘ(ଆଇଟିଟିଏଫ୍)ର ନୂତନ ର୍ୟାଙ୍କିଙ୍ଗ୍ ରେ ନିଜର ସର୍ବଶ୍ରେଷ୍ଠ ଅଷ୍ଟମ ରେକର୍ଡ ହାସଲ କରିଛି । ବିଶ୍ୱର ୩୦ତମ ସ୍ଥାନରେ ଥିବା ଖେଳାଳୀ ଜୀ ସାଥିଆନ ଏବଂ ୩୬ ତମ ସ୍ଥାନରେ ଥିବା ଖେଳାଳୀ ଶରତ କମଳଙ୍କ ଭାରତୀୟ ଟିମ୍ ନବମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ସମକକ୍ଷ ୨୮୦ ଅଙ୍କ ଅଟେ କିନ୍ତୁ ତାଙ୍କୁ ର୍ୟାଙ୍କିଙ୍ଗ୍ରେ ଉପରେ ରଖା ଯାଇଛି । ଗତ ସପ୍ତାହରେ ଆମଠାରୁ ଭଲ ର୍ୟାଙ୍କିଙ୍କରେ ଥିବା ଫ୍ରାନ୍ସ୍ର ସାଇମାନ ଗୋଜିଙ୍କୁ ପରାସ୍ତ କରି ଆଇଟିଟିଏଫ୍ ବିଶ୍ୱ କପ୍ ର ପ୍ରି କ୍ୱାଟର ଫରଇନାଲରେ ପହଞ୍ଚିଲେ ସାଥିଆନ ୩୦ତମ ର୍ୟାଙ୍କିଙ୍ଗ୍ ସହିତ ଶୀର୍ଷ ଭାରତୀୟ ଖେଳାଳୀ ଅଟନ୍ତି । ଅନୁଭବି ଶରତ କମଲ ଦୁଇଟି ସ୍ଥାନର ଫାଇଦାରେ ୩୬ ସ୍ଥାନରେ ରହିଛନ୍ତି । ଆଇଟିଟିଏଫ୍ ଚ୍ୟାଲେଞ୍ଜ୍ ଇଣ୍ଡୋନେସିଆ ଓପନର ଟାଇଟଲ ଜିତିଥିବା ହରମିତ୍ ଦେସାଇ୧୯ ସ୍ଥାନକୁ ଡେଇଁ ଶୀର୍ଷ ୧୦୦ ଚଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ସେ ଏବେ ୮୫ତମ ସ୍ଥାନରେ ରହିଛନ୍ତି । ଟିମ୍ ର୍ୟାଙ୍କିଙ୍ଗରେ ଚୀନ ଶୀର୍ଷ ସ୍ଥାନରେ ରହିଛି, ଯେତେବେଳେ ଏହା ପରେ ଜାପାନ ଏବଂ ଜର୍ମାନୀର ନମ୍ବର ଆସୁଛି । ମହିଳା ର୍ୟାଙ୍କିଙ୍ଗରେ ମନିକର ବାତ୍ରର ୬୧ତମ ସ୍ଥାନ ସହିତ ଶୀର୍ଷ ର୍ୟାଙ୍କିଙ୍ଗ୍ରେ ରହିଥିବା ଭାରତୀୟ ଖେଳାଳୀ ଅଟନ୍ତି । ଅୟହିକା ମୁଖାର୍ଜି ୧୧୮ତମ ଯେତେବେଳେ କି ମଧୁରିକା ପାଟକର ୧୨୪୍ମ ସ୍ଥାନରେ ରହିଛନ୍ତି ।

Related posts

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau

ୱିମ୍ବଲଡନରେ ଜୋକୋଭିଚ୍‌ଙ୍କ ଐତିହାସିକ ମହାବିଜୟ