Cricket

ଅନ୍ୟ ରାଜ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ନେଇ ଉଦ୍ୟମ କରିବେ: ଗାଙ୍ଗୁଲି

(ଓଡ଼ିଶା ସ୍ପୋର୍ଟସ): ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ସଫଳ ହେବା ଏବେ ପ୍ରତ୍ୟେକ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଦିବାରାତ୍ର ଟେଷ୍ଟ ଖେଳିବା ଉଚିତ୍ ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି।
ଗାଙ୍ଗୁଲି କହିଛନ୍ତି ଯେ, ଦିବାରାତ୍ର ଟେଷ୍ଟକୁ ନେଇ ସେ ବହୁତ ଉତ୍ସାହିତ। ମୋତେ ଲାଗୁଛି ଯେ ଟେଷ୍ଟକୁ ଆଗକୁ ନେବାର ଏହା ଏକ ପ୍ରୟାସ। ପ୍ରତ୍ୟେକ ଟେଷ୍ଟ ନୁହଁ କିନ୍ତୁ ଗୋଟିଏ ଶୃଙ୍ଖଳାରେ ଅତି କମରେ ଗୋଟିଏ ଟେଷ୍ଟ ଦିବାରାତ୍ର ହେବା ଉଚିତ୍।ଏହା ସହ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଆୟୋଜନ ନେଇ ନିଜର ଅନୁଭବକୁ ସେ ଅନ୍ୟ କ୍ରିକେଟ୍ ସଂଘ ସହ ବାଣ୍ଟିବେ। ଅନ୍ୟ ରାଜ୍ୟର ଷ୍ଟାଡ଼ିୟମରେ ଦିବାରାତ୍ର ଟେଷ୍ଟ ଆୟୋଜନ ନେଇ ଉଦ୍ୟମ କରିବେ। କେହି ମଧ୍ୟ ୫୦୦୦ ଲୋକଙ୍କ ସାମ୍ନାରେ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହିଁବେ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି। ତେଣୁ ଟେଷ୍ଟର ଲୋକପ୍ରିୟତାକୁ ଫେରାଇ ଆଣିବାକୁ ଏହା ଏକ ଭଲ ବିକଳ୍ପ ବୋଲି ସେ କହିଛନ୍ତି।

Related posts

ମଇଦାନରେ ଲମ୍ବା ସଟ ଖେଳିଲେ ରିଷଭ, ଭାଇରାଲ ହେଲା ଭିଡିଓ

Odisha Sports Bureau

ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍

Odisha Sports Bureau

T20 ମହିଳା ବିଶ୍ୱକପ୍ ୨ ବର୍ଷ ପରେ ଫେରିଲେ ଏହି ଖେଳାଳି…