Cricket

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

(ଓଡ଼ିଶା ସ୍ପୋର୍ଟସ): ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୨ତମ ସଂସ୍କରଣ ପାଇଁ ୯୭୧ ଜଣ ଖେଳାଳି ନିଜର ନାମ ପଞ୍ଜୀକରଣ କରିଛନ୍ତି ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼(ବିସିସିଆଇ) ସୂଚନା ଦେଇଛନ୍ତି ।
ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୩୦ ଥିଲା। ଡିସେମ୍ବର ମାସ ୧୯ ତାରିଖରେ କୋଲକାତାରେ ଖେଳାଳିଙ୍କ ନିଲାମ ହେବ। ନିଲାମରେ ମୋଟ୍ ଖାଲି ଥିବା ୭୩ ସ୍ଥାନ ଲାଗି ଏହି ନିଲାମ ହେବ। ଏହି ୭୩ ସ୍ଥାନ ଲାଗି ଅନ୍ତରାଷ୍ଟ୍ରୀୟସ୍ତରରେ ଖେଳି ସାରିଥିବା ୨୧୫ ଖେଳାଳି ସାମିଲ ହେବେ। ଅନ୍ୟପଟେ ଅଦ୍ୟାବଧି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିନଥିବା ୭୫୪ ଖେଳାଳିଙ୍କ ନାମ ମଧ୍ୟ ପ୍ରଥମ ଥର ଆଇପିଏଲରେ ପଞ୍ଜୀକରଣ କରାଯାଇଛି।
ଏହା ସହିତ ଦୁଇ ଖେଳାଳି ଆସୋସିଏଟ ନେସନର ଅଛନ୍ତି। ଭାରତରୁ ମୋଟ୍ ୧୯ ଏମିତି ଖେଳାଳି ନିଜର ନାମ ପଞ୍ଜୀକରଣ କରିଛନ୍ତି, ଯେଉଁମାନେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ସାରିଛନ୍ତି। ଏହି ପରି ଏମିତି ୬୩୪ ଭାରତୀୟ ଖେଳାଳି ଅଛନ୍ତି, ଯେଉଁମାନେ ଏ ଯାଏ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳି ନାହାନ୍ତି।
ଏହା ସହିତ ୬୦ ଜଣ ଏମିତି ଖେଳାଳି ଅଛନ୍ତି, ଯେଉଁମାନେ ଜାତୀୟସ୍ତରରେ ମ୍ୟାଚ୍ ଖେଳିନଥିଲେ ବି ଅତି କମରେ ଗୋଟିଏ ଆଇପିଏଲ ମ୍ୟାଚ୍ ଖେଳିଛନ୍ତି। ବିଦେଶୀ ଖେଳାଳିଙ୍କ ଉପରେ ନଜର ପକାଇଲେ ଅନ୍ତରାଷ୍ଟ୍ରୀୟସ୍ତରରେ ଖେଳି ସାରିଥିବା ୧୯୬ ବିଦେଶୀ ଖେଳାଳି ଆଇପିଏଲର ଆଗାମୀ ସଂସ୍କରଣ ଲାଗି ନିଜର ନାମ ପଞ୍ଜୀକରଣ କରିଛନ୍ତି। ଏମିତି ୬୦ ବିଦେଶୀ ଖେଳାଳି ଅଛନ୍ତି, ଯେଉଁମାନେ ଏ ପର୍ୟ୍ୟନ୍ତ ଅନ୍ତରାଷ୍ଟ୍ରୀୟସ୍ତରରେ ମ୍ୟାଚ୍ ଖେଳି ନାହାନ୍ତି।
ନିଲାମ ଲାଗି ପଞ୍ଜୀକରଣ କରାଇଥିବା ଖେଳାଳିଙ୍କ ମଧ୍ୟରେ ସବୁଠୁ ଅଧିକ ଅଷ୍ଟ୍ରେଲିଆର ୫୫ ଖେଳାଳି ଅଛନ୍ତି। ଏହି ପରି ଦକ୍ଷିଣ ଆଫ୍ରିକାର ୫୪, ଶ୍ରୀଲଙ୍କାର ୩୯, ନ୍ୟୁଜିଲାଣ୍ଡର ୨୪, ଇଂଲଣ୍ଡର ୨୨, ଓ୍ଵେଷ୍ଟଇଣ୍ଡିଜର ୩୪, ଆଫଗାନିସ୍ତାନର ୧୯, ଜିମ୍ବାଓ୍ଵେର ୩, ନେଦରଲାଣ୍ଡ ଓ ଆମେରିକାର ୧-୧ ଖେଳାଳି ଅଛନ୍ତି।

Related posts

ଆଜିର ମ୍ୟାଚ ସନରାଇଜର୍ସ-ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ

Odisha Sports Bureau

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି ଆଇପିଏଲ

Odisha Sports Bureau

ଏମ୍.ଏସ୍ ଧୋନୀ ଏବଂ ରାହୁଲ ଦ୍ରାବିଡଙ୍କ ଠାରୁ ଟିପ୍ସ୍ ନେଇ ସଫଳତାର ସ୍ୱାଦ ଚାଖୁଛନ୍ତି ନୂତନ ସ୍ପିଡ୍ ବୋଲର୍

Odisha Sports Bureau