Football

ଷଷ୍ଠ ଥର ପାଇଁ ବାଲୋନ ଡି ଓର ଟାଇଟଲ୍ ଜିତି ମେସୀ ରେକର୍ଡ, ମହିଳାଙ୍କ ମଧ୍ୟରେ ମେଗନ ରେପିନୋ ବିଜେତା

(ଓଡିଶା ସ୍ପୋର୍ଟସ): ଆର୍ଜେଣ୍ଟିନା ଏବଂ ବର୍ଷିଲୋନାର ସୁପର ଷ୍ଟାର ଲିଓନଲ ମେସୀ ନିଜର ଚିର ପ୍ରତିଦ୍ୱନ୍ଦି ପର୍ତ୍ତୁଗଲ ଏବଂ ଜୁବେଣ୍ଟସ୍ ର କ୍ରିଷ୍ଟିଆନୋ ରୋନାଲ୍ଡୋର ଭର୍ଜିଲ ୱାନ ଦିଜ୍ଜକଙ୍କୁ ପଛରେ ପକାଇ ରେକର୍ଡ ଷଷ୍ଠଥର ବାଲୋନ ଡି ଓରର ଟାଇଟଲ ଜିତିନେଇଛନ୍ତି, ସେହିପରି ମହିଳା ବର୍ଗରେ ଇଂଲଣ୍ଡର ମେଗନ ରେପିନୋ ଏହି ପୁରଷ୍କାର ଜିତିଛନ୍ତି । ଗତ ୧୧ ବର୍ଷରେ ମେସୀ(୨୦୦୯-୧୦-୧୧-୧୨-୧୫) ଏବଂ ରୋନାଲ୍ଡୋ (୨୦୦୮-୧୩-୧୪-୧୬-୧୭) ପାଞ୍ଚ ପାଞ୍ଚ ଥର ଏହି ପୁରଷ୍କାର ନିଜ ନାମରେ କରିଛନ୍ତି । ଗତ ଥର କ୍ରୋଏଶିଆ ଏବଂ ରିୟଲ ମେଡ୍ରିଡ୍ ଲୁକା ମୋଦରିଚ୍ ଏହି ଦିନରେ ପୁରୁଣା ରେକର୍ଡ ଭାଙ୍ଗି ଏହି ପୁରଷ୍କାର ଜିତିଛନ୍ତି । ମେସି ଏହି ବର୍ଷ ଫିଫାର ସର୍ବଶ୍ରେଷ୍ଠ ଫୁଟବଲରର ପୁରଷ୍କାର ମଧ୍ୟ ଜିତିନେଇଛନ୍ତି । ସେପଟେ ଲିଭରପୁଲର ୱର୍ଜୀଲ ୟୁଇଏଫ୍ଏ ର ବର୍ଷର ସର୍ବଶ୍ରେଷ୍ଠ ଫୁଟବଲର ଘୋଷଣା କରାଯାଈଛି ।

Related posts

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

Odisha Sports Bureau

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

Odisha Sports Bureau

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

Odisha Sports Bureau