Cricket

ରେକର୍ଡ଼ କଲେ ବିରାଟ

(ଓଡ଼ିଶା ସ୍ପୋର୍ଟ):  ରୋହିତଙ୍କୁ ପଛରେ ପକାଇଲେ ବିରାଟ । ଅଧିନାୟକ ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ବିରାଟ ଓ ରୋହିତ ଟି-୨୦ରେ ସମାନ ୨୨ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଗତକାଲି ବିରାଟ ତାଙ୍କ ଟି-୨୦ କ୍ୟାରିୟରର ୨୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିରାଟ ଗତକାଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ଅପରାଜିତ ୯୪ ରନ୍ର ଇନିଂସ ଖେଳିବା ସହ ଭାରତକୁ ୧୮.୪ ଓଭରରେ ବିଜୟୀ କରାଇଥିଲେ। ବିରାଟ ମାତ୍ର ୫୦ଟି ବଲରେ ୯୪ ରନ୍ର ଇନିଂସ୍ ଖେଳିଥିବା ବେଳେ ତାଙ୍କୁ ୪୦ ବଲରେ ୬୨ ରନ୍ କରି ଆଉଟ ହୋଇଥିବା କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ।

ରାହୁଲ ୬୨ ରନ୍ର ଇନିଂସ ଖେଳି ତାଙ୍କ ଟି-୨୦ କ୍ୟାରିୟରର ଏକ ହଜାର ରନ୍ ପୂରଣ କରିଛନ୍ତି। ସବୁଠାରୁ କମ ଇନିଂସ୍ରେ ଟି-୨୦ରେ ଏକ ହଜାର ରନ୍ ପୂରଣ କରିବା ତାଲିକାର ୧ ନଂ ସ୍ଥାନରେ ବାବର ଆଜମ(୨୬ ଇନିଂସ) ରହିଥିବା ବେଳେ ବିରାଟ କୋହଲି(୨୭ ଇନିଂସ୍) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାହୁଲ ଓ ଆରୋନ ଫିଞ୍ଚ(୨୯ଟି ଇନିଂସ) ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

Related posts

ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବିରାଟ ରୋହିତ

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

Odisha Sports Bureau

ବିସିସିଆଇ ଉପରେ ବର୍ଷିଲେ ଇରଫାନ ପଠାନ; କହିଲେ ରବି ଅଶ୍ୱିନଙ୍କଠୁ ଭଲ ସ୍ପିନର କେହି ନାହାନ୍ତି

Odisha Sports Bureau