Cricket

ଇଂଲଣ୍ଡ ଦଳରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ

(ଓଡ଼ିଶା ସ୍ପୋର୍ଟ): ଆଜି ଇଂଲଣ୍ଡ ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ । ଆହତ ଯୋଗୁ ଆଶେସ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟିକିଆ ମ୍ୟାଚ୍ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ୧୭ ଜଣିଆ ସ୍କ୍ୱାଡ୍ରେ ଆଣ୍ଡରସନଙ୍କ ନାଁ ରହିଛି। ଡିସେମ୍ବର ୨୬ରୁ ହିଁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।

ଇଂଲଣ୍ଡ ପାଇଁ ୫୭୫ଟି ୱିକେଟ ନେଇଥିବା ଆଣ୍ଡରସନ୍ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ପୂରା ସିରିଜରୁ ସେ ବାଦ ପଡ଼ିଥିଲେ। ଆଣ୍ଡରସନଙ୍କ ବ୍ୟତୀତ ମାର୍କ ଉଡ ଓ ଜନ୍ନି ବେୟାରଷ୍ଟୋ ମଧ୍ୟ ଇଂଲଣ୍ଡର ସ୍କ୍ୱାଡକୁ ଫେରିଛନ୍ତି।

ତେବେ ଅନ୍ୟତମ ଦ୍ରୁତ ବୋଲର ସାକିବ ମେହମ୍ମୁଦଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମୋଇନ ଅଲୀ କମବ୍ୟାକ କରିବେ ବୋଲି କୁହାଯାଉ ଥିଲା। ହେଲେ ୧୭ ଜଣିଆ ତାଲିକାରେ ତାଙ୍କ ନାଁ ନାହିଁ।

Related posts

ଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

Odisha Sports Bureau

ଫାଇନାଲରେ ଶତକ ହାସଲ କରିନାହାଁନ୍ତି କୌଣସି ବି ଭାରତୀୟ; ୬ ଦିଗଜ୍ ହାସଲ କରିଛନ୍ତି ଶତକ

Odisha Sports Bureau

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଓଡ଼ିଆ ପୁଅ

Odisha Sports Bureau