Cricket

ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦: ଚାମ୍ପିୟନ ହେଲା ଓଡ଼ିଶା

(ଓଡ଼ିଶା ସ୍ପୋର୍ଡ଼ସ): ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବପ୍ରଥମ ସମର୍ଥମ୍‌ ଗୁରୁବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୮୭ ରନରେ କର୍ନାଟକକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୨୦ ଓଭରରେ ୮ ଉଇକେଟ ହରାଇ ୨୧୮ ରନ କରିଥିବାବେଳେ କର୍ନାଟକ ୨୦ ଓଭରରେ ୮ ଉଇକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ଅଧିନାୟିକା ଲିନା ସ୍ବାଇଁ(ବି-୨) ଓ ପଦ୍ମିନୀ ଟୁଡୁ(ବି-୧) ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। କର୍ନାଟକର ବର୍ଷା ୟୁ.(ବି-୧), ଓଡ଼ିଶାର ବାସନ୍ତି ହାଁସଦା(ବି-୨) ଓ ଝାଡ଼ଖଣ୍ଡ ଅଧିନାୟିକା ଗୀତା ମାହତୋ (ବି-୩) ପ୍ଲେୟର ଅଫ ଦି ସିରିଜ ପୁରସ୍କାର ପାଇଥିଲେ। ଚାମ୍ପିୟନ ଓଡ଼ିଶା ଦଳକୁ କେନ୍ଦ୍ରମନ୍ତ୍ରୀ ଧମ୍ରେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ, ସୁଖରାମ ମାଝି, ପଙ୍କଜ ଭୁଏ, ସିଏଭିଆଇ ଅଫିସିଆଲ ବିରଞ୍ଚତ୍ ନାରାୟଣ ସାହୁ, ପ୍ରଜ୍ଞା ପାରମିତା ବେହେରା, ପ୍ରକାଶ କୁମାର ରଥ ପ୍ରମୁଖ ମଧ୍ୟ ଓଡ଼ିଶା ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts

ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର

Odisha Sports Bureau

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau

ଟ୍ରାଇ ସିରିଜ କବ୍ଜା କଲା ଭାରତ ଏ