Cricket

ଅବସର ନେବେ ଟେନିସ ଖେଳାଳୀ ଲିଆଣ୍ଡର ପେସ୍

(ଓଡ଼ିଶା ସ୍ପୋର୍ଟ): ଭାରତୀୟ ଟେନିସ୍ ଖେଳାଳୀ ଲିଆଣ୍ଡର ପେସ୍ ୨୦୨୦ ବର୍ଷ ତାଙ୍କ କ୍ୟାରିୟରର ଶେଷ ବର୍ଷ ହେବ ବୋଲି ଗତ ବୁଧବାର ଦିନ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି। ପେସ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରସଂଶକଙ୍କୁ କ୍ରିସମାସର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ୨୦୨୦ରେ ସେ ଖେଳରୁ ବିଦାୟ ନେଉଥିବା କଥା ମଧ୍ୟ କହିଛନ୍ତି। ପେସ୍ କହିଛନ୍ତି, ‘ମୁଁ ଜଣେ ପେଶାଦାର ଟେନିସ୍ ଖେଳାଳୀ ରୂପେ ୨୦୨୦ ମୋର ଶେଷ ବର୍ଷ ହେବ। ସର୍ବ ପ୍ରଥମେ ମୁଁ ମୋ ମାତା-ପିତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ ସେମାନେ ସର୍ବଦା ମୋର ମାର୍ଗଦର୍ଶକ ଏବଂ ତାଙ୍କ ପାଇଁ ମୁଁ ଆଜି ଏପର୍ୟ୍ୟନ୍ତ ପହଞ୍ଚି ପାରିଛି। ମାତା-ପିତା ମୋ ଜୀବନରେ ଖୁବ୍ ଭଲପାଇବା ଦେଇଛନ୍ତି। ତାଙ୍କ ଭଲ ପାଇବା ବିନା କିଛି ହାସଲ କରିବା ଅସମ୍ଭବ।’
ଅନ୍ୟପଟେ ପେସ୍ ଏକ ପୋଷ୍ଟରେ ନିଜ ଭଉଣୀ ଜ୍ୟାକଲୀନ ଏବଂ ମାରିୟାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି,ଦୁଇ ଭଉଣୀ ବଡ ହେବା ପରେ ମଧ୍ୟ ମୋ ଜୀବନର ସମସ୍ୟାକୁ ବୁଝିଛନ୍ତି ଏବଂ ମୋ ସହ ରହିଛନ୍ତି। ମୁଁ ମୋ ଦୁଇ ଭଉଣୀଙ୍କୁ ବହୁତ ଭଲପାଉଛି। ପେସ୍ ନିଜ ଝିଅ ଅୟାନାଙ୍କୁ ପ୍ରେରଣାସ୍ରୋତ କହିଛନ୍ତି। କାରଣ ସେ ହି ମତେ ଶିକ୍ଷା ଦେଇଛି ଦୁନିଆର ସବୁଠାରୁ ସୁନ୍ଦର ଜିନିଷ ହେଉଛି ଝିଅ। ୪୬ ବର୍ଷିୟ ଖେଳାଳୀ ପେସ୍ କହିଛନ୍ତି, ସେ ଆସନ୍ତା ବର୍ଷରେ କିଛି ଖାସ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଏଥିସହ ପେସ୍ କହିଛନ୍ତି ପ୍ରଶଂସକଙ୍କ ପାଇଁ ମୁଁ ଆଜି ଏପର୍ୟ୍ୟନ୍ତ ପହଞ୍ଚି ପାରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।

Related posts

ଏହି ବର୍ଷ T20 ରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କୁ ଦେଖିବାକୁ ମିଳିବ, 14 ବର୍ଷର ଇତିହାସ ବଦଳାଇବାକୁ ବାହାରିବ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ବିଶ୍ବକପ ପର୍ୟ୍ୟନ୍ତ ହିଁ ମୋ ଚୁକ୍ତି ରହିଛି: ଇମ୍ରାନ ତାହିର

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି

Odisha Sports Bureau