Football

ଘରୋଇ ପଡ଼ିଆରେ ଓଡ଼ିଶା ଏଫସି: ଜାମସେଦପୁର ଏଫସି ସହ ଖେଳିବ ମ୍ୟାଚ

(ଓଡ଼ିଶା ସ୍ପୋର୍ଡ଼ସ ): ପ୍ରଥମ କରି ଓଡ଼ିଶା ଏଫସି ତା’ର ଘରୋଇ ପଡ଼ିଆରେ ମ୍ୟାଚ୍ ଖେଳିବାକୁ ଯାଉଛି। ତେଣୁ ଖେଳାଳିଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଥିବା ଜାଣିବାକୁ ମିଳିଛି। ଏପରିକି କଳିଙ୍ଗ ଷ୍ଟାଡିମର ଫୁଟବଲ୍ ଗ୍ରାଉଣ୍ଡ କୌଣସି ବିଶ୍ୱସ୍ତରୀୟ ଗ୍ରାଉଣ୍ଡଠାରୁ କମ୍ ନୁହେଁ ବୋଲି ଓଡ଼ିଶା ଏଫସିର ପ୍ରଶିକ୍ଷକ ଜୋଶେଫ୍ ଗାମ୍ବାଉ କହିଛନ୍ତି।

ଶୁକ୍ରବାର ଇଣ୍ଡିଆନ୍ ସୁପର ଲିଗର ୪୭ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଓଡ଼ିଶା ଏଫସି ଓ ଜାମସେଦପୁର ଏଫସି। ଦୁଇ ଦଳକୁ ସ୍ୱାଗତ କରିବା ପାଇଁ ଏବେ ପ୍ରସ୍ତୁତ ରହିଛି କଳିଙ୍ଗ ଷ୍ଟାଡିୟମ ।

ଏହାସହ ଏହି ମ୍ୟାଚରେ ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଜଣେ ଓଡ଼ିଆ ଖେଳାଳି ଭାବେ ସେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ଘରୋଇ ଦର୍ଶକଙ୍କ ସମର୍ଥନ ତାଙ୍କ ପ୍ରତି ରହିବ ବୋଲି କୁହାଯାଉଛି।

ବର୍ତ୍ତମାନ ଓଡ଼ିଶା ଏଫସି ୯ଟି ମ୍ୟାଚରୁ ୨ଟି ବିଜୟ, ୪ଟି ପରାଜୟ ଓ ୩ଟି ଡ୍ର ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ତେଣୁ ଶେଷ ୯ଟି ମ୍ୟାଚରେ ବିଜୟ ଧାରା ଜାରି ରଖିବା ସହ ଶୀର୍ଷ ୪ରେ ପହଞ୍ଚିବାକୁ ଓଡ଼ିଶା ଏଫସି ଲକ୍ଷ୍ୟ ରଖିଛି।

Related posts

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି

ବିଶ୍ୱକପରେ ଲିଓନେଲ୍ ମେସିଙ୍କ ଐତିହାସିକ ସଫଳତା

Odisha Sports Bureau

ଇଣ୍ଡିଆନ ସୁପର ଲିଗ: ଚେନ୍ନାଇୟିନ ଏଫସିକୁ ପରାସ୍ତ କଲା ଗୋଆ

Odisha Sports Bureau