Badminton

ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

(ଓଡ଼ିଶା ସ୍ପୋର୍ଟସ ): ଆଜି ଠାରୁ ଭାରତର ପି.ବି. ସିନ୍ଧୁ କ୍ୱାଲାଲାମ୍ପୁରରେ ଆରମ୍ଭ ହେଉଥିବା ମାଲେସିଆ ମାଷ୍ଟର୍ସ ସୁପର୍ ଫାଇଭ୍ ହଣ୍ଡ୍ରେଡ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବେ। ମହିଳା ସିଙ୍ଗିଲ୍ସ ବର୍ଗରେ ବିଶ୍ୱର ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ରୁଷ୍ର ଏଭ୍ଜେରିଆ କୋସେଟ୍ସ୍କାୟାଙ୍କୁ ଭେଟିବାକୁ ଥିବାବେଳେ ସାଇନା ନେହ ୱାଲ ବେଲ୍ଜିୟମ୍ର ଲିଆନେ ତାନ୍ଙ୍କ ସହ ମୁକାବିଲା କରିବେ।

ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍ସ ବିଭାଗରେ ବି.ସାଇପ୍ରଣୀତ ଡେନ୍ମାର୍କର ରାସ୍ମୁସ୍ ଗେମ୍କେ ଏବଂ ସମୀର ବର୍ମା ଥାଇଲାଣ୍ଡର କାନ୍ତାଫୋନ୍ ୱାଙ୍ଗ୍ଚାରୋଏଙ୍ଗ୍ଙ୍କ ସହ ମୁକାବିଲା କରିବେ। ପାରୁପଲୀ କାଶ୍ୟପ ଜାପାନର କେନ୍ତୋ ମୋମୋତା ଏବଂ ଏଚ୍.ଏସ୍. ପ୍ରଣୟ ଜାପାନର କାନ୍ତା ସୁନେୟାମାଙ୍କ ସହ ମୁକାବିଲା କରିବେ। ସେହିଭଳି ମିକ୍ସଡ ଡବଲ୍ସରେ ଭାରତର ପ୍ରଣବ ଜେରି ଚୋପ୍ରା ଏବଂ ଏନ୍. ସିକ୍କି ରେଡିଙ୍କ ଯୋଡ଼ି ଆଜିଠାରୁ ଏହି ପ୍ରତିଯୋଗିତାରେ ନିଜର ଅଭିଯାନ ଆରମ୍ଭ କରିବେ।

Related posts

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

Odisha Sports Bureau

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

Odisha Sports Bureau

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau