Football

ଖେଲୋ ଇଣ୍ଡିଆରେ ଓଡ଼ିଶା ଅଣ୍ଡର- ୧୭ ମହିଳା ଫୁଟବଲ ଦଳକୁ ରୌପ୍ୟ ପଦକ

(ଓଡ଼ିଶା ସ୍ପୋର୍ଟସ ): ଆସାମର ଗୁଆହାଟୀରେ ଚାଲିଥିବା ୩ୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ରୌପ୍ୟ ପଦକ ହାସଲ କରିଛି । ଓଡିଶା ଅଣ୍ଡର- ୧୭ ମହିଳା ଫୁଟବଲ ଦଳ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡିଶା ୩-୧ ଗୋଲରେ ପରାସ୍ତ ହୋଇଛି । ଆଜି ପୂର୍ବାହ୍ନରେ ହରିଆଣା- ଓଡିଶା ମହିଳା ମଧ୍ୟରେ କଡ଼ାମୁକାବିଲା ହୋଇଥିଲା । ଏଥିରେ ହରିଆଣା ୩ ଗୋଲ କରିଥିବା ବେଳେ ଓଡିଶାର ସରିତା ସୋରେନ ଗୋଟିଏ ଗୋଲ ହାସଲ କରିବାରେ ସକ୍ଷମ ହୋଇଥିଲେ । ୫୫ ମିନିଟରେ ସରିତା ଏକ କର୍ନର କିକ ଦେଇ ଗୋଲ ହାସଲ କରିବାରେ ସକ୍ଷମ ହୋଇ ଓଡିଶାକୁ ରୌପ୍ୟ ପଦକ ପ୍ରଦାନ କରିଥିଲେ । ଓଡିଶା ଦଳର ଏହି ରୌପ୍ୟ ପଦକକୁ ନେଇ ଖେଳାଳି ମଧ୍ୟରେ ଦୁଃଖର ପରିପ୍ରକାଶ ଦେଖାଯାଇଥିଲେ ମଧ୍ୟ ଓଡିଆ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି । ଜାତୀୟ ସ୍ତରରେ ରୌପ୍ୟ ପଦକ ହାସଲ କରିବା ଏକ ଗୌରବର କଥା । ଏହି ବିଜୟ ପାଇଁ ଦଳର କୋଚ ମମତା ସାମନ୍ତଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଗକୁ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଫୁଟବଲ ପ୍ରେମୀ । ଏହା ସହ ଅନ୍ୟାନ୍ୟ ଚାମ୍ପିଅନସିପରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଖେଳପ୍ରେମୀ ଆଶା ରଖିଛନ୍ତି ।

Related posts

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau

ଆଇ- ଲିଗ୍: ଚେନ୍ନାଇ ସିଟି ଏଫସି-ଇଷ୍ଟ୍ ବଙ୍ଗଳାକୁ ୨-୧ରେ ହରାଇଲା

Odisha Sports Bureau

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau