Football

ଛୋଟ ଭୁଲ ସବୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ: ଷ୍ଟୁଆର୍ଟ ବାକ୍ସଟର

(ଭୁବନେଶ୍ୱର, ମହାଭାରତ): ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ କାଲି ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ସୁପର ଲିଗ ମ୍ୟାଚରେ ଓଡ଼ିଶା ଏଫସି ଦଳକୁ ଟକ୍କର ଦେବ ବାଙ୍ଗାଲୋର ଏଫସି । ଏହି ମ୍ୟାଚ ପୂର୍ବରୁ ଓଡ଼ିଶା ଏଫସିର ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ପୂର୍ବ ମ୍ୟାଚଗୁଡିକରେ ଦଳ କରିଥିବା ଛୋଟ ଭୁଲ ସୁଧାରିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି । ଫୁଟବଲ ଭଳି ଖେଳରେ ଛୋଟ ଭୁଲ ବି ମ୍ୟାଚକୁ ଜଟିଳ କରିଦେଇଥାଏ । ମ୍ୟାଚର ମୋଡ ବଦଳାଇ ଦେଇଥାଏ । ଏଥିପାଇଁ କାଲିର ମ୍ୟାଚରେ ଆମକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ । କାଲି ଯଦି ମ୍ୟାଚର ଗତି ବଦଳାଇବାରେ ଆମେ ସକ୍ଷମ ହେଉ ତେବେ ବିପକ୍ଷ ଦଳକୁ ମାତ ଦେବା ଆମ ପାଇଁ ସହଜ ହେବ ବୋଲି ସେ କହିଛନ୍ତି । ସେଣ୍ଟର ବ୍ୟାକ ଖେଳାଳିମାନେ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ କରୁଥିବା ନେଇ ପଚାରିବାରୁ ସେ କହିଛନ୍ତି ଯେ, ଗୋଲ ହାସଲ କରିବା କେବଳ ସେଣ୍ଟର ବ୍ୟାକ ଖେଳାଳିଙ୍କ ଦାୟିତ୍ୱ ବୋଲି ମୁଁ ଭାବୁନାହିଁ । ଆମେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛୁ । ଖେଳାଳିଙ୍କୁ ଥରେ ଟିମରେ ସାମିଲ କରିବା ପରେ ଆମେ ସେମାନଙ୍କୁ ମ୍ୟାଚ ଜିତିବା ପାଇଁ ଆତ୍ମବିଶ୍ୱାସ ଦେଇଥାଉ । ତେଣୁ କାଲିର ମ୍ୟାଚରେ ଦଳ ଛୋଟ ଭୁଲଗୁଡିକୁ ସୁଧାରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛୁ ।

Related posts

ଫ୍ରେଞ୍ଚ କପ୍: ୧୩ ଥର ଚାମ୍ପିଅନ୍ ହେଲା ପିଏସଜି

ବୁନ୍ଦେସ୍ଲିଗା: ମେନଜ୍ ସମାନତା ପାଇଁ କୋଲନଙ୍କୁ ଧରି ରଖିଛନ୍ତି, ମ୍ୟାଚ୍ ୨-୧ରେ ଡ୍ର ରହିଛି

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau