Hockey

ମହିଳା ହକୀ ଟିମର ବିଜୟ ସହିତ ଆରମ୍ଭ ନ୍ୟୁଜଲ୍ୟାଣ୍ଡ୍ ଟୁର

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ହକୀ ଟିମ୍ ନ୍ୟୁଜଲ୍ୟାଣ୍ଡ ପର୍ଯ୍ୟାୟକୁ ବହୁତ ସାନଦାର ଅନ୍ଦାଜରେ ଆରମ୍ଭ କରିଛି । ଟିମ୍ ନ୍ୟୁଜଲ୍ୟାଣ୍ଡକୁ ୪-୦ରେ ମାତ୍ ଦେଇଛି । ଏହି ବର୍ଷ ଟିମ୍ ନିଜର ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନ୍ୟୁଜଲ୍ୟାଣ୍ଡ ଗସ୍ତ କରିଛି । ଭାରତୀୟ କ୍ୟାପଟେନ୍ ରାନୀ ରମପାଲ୍ ଦୁଇଟି ଗୋଲ୍ କରିଛନ୍ତି, ଶର୍ମିଲା ଏବଂ ନମିତା ଟୋପ୍ପୋ ମଧ୍ୟ ଗୋଟିଏ-ଗୋଟିଏ ଗୋଲ କରିଛନ୍ତି । ଭାରତୀୟ ଟିମ୍ ଗୁରୁବାର ଦିନ ଏଠାରେ ପହଞ୍ଚିଛି, ସେ ହୋଷ୍ଟ୍ ସହିତ ଚାରଟି ମ୍ୟାଚରେ ସାମ୍ନା-ସାମ୍ନି ହେବେ ।
ଏହା ସହିତ ଭାରତୀୟ ଟିମ୍ ଗୋଟିଏ ମ୍ୟାଚରେ ବ୍ରିଟେନ୍ ସହିତ ଖେଳିବ । ଭାରତ ୧-୦ରେ ଆଗୁଆ ରହିବା ପରେ ଲଗାତର ପେନାଲ୍ଟି କାର୍ନରହାସଲ କରିଥିଲ, କିନ୍ତୁ ଏହାକୁ ଗୋଲରେ ପରିଣତ କରିପାରିଲାନାହିଁ । ଶର୍ମିଲା ପୁନର୍ବାର ତୃତୀୟ କ୍ୱାଟରରେ ଆଗୁଆକୁ ଦୁଇଗୁଣିତ କରିଥିଲେ, ଏହା ପରେ ରାନୀ ଚତୁର୍ଥ କ୍ୱାର୍ଟରରେ ନିଜର ଦ୍ୱିତୀୟ ଗୋଳ କରି ୩-୦ କରିଛନ୍ତି । ନମିତା ଟୋପ୍ପୋ ଭାରତୀୟ ଟିମ୍ ପାଇଁ ଚତ୍ରୁ୍ଥ ଗୋଲ କରିଥିଲେ ।

Related posts

ହକି ଇଣ୍ଡିଆ ଲିଗ୍;ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ

Odisha Sports Bureau

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ହକି ବିଶ୍ୱକପ ବେଲଜିୟମ ପ୍ରଥମ ଥର ବିଶ୍ୱ ବିଜୟୀ

Odisha Sports Bureau

Leave a Comment